Wednesday, October 23, 2024
21.7 C
Odisha

    ବିଜେଡିର ଅବହେଳାରୁ ବଢ଼ିଛି ଦରଦାମ୍ : କସ୍ତୁରୀ ମିଶ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦରଦାମ ନିୟନ୍ତ୍ରଣ କରିବା ପାଇଁ ପ୍ରଳାପ କରୁଥିବା ବିଜେଡି ଗତ ୨୫ ବର୍ଷରେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନଥିଲା । ଫଳରେ କିଛି ବର୍ଷ ହେବ ପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ବିଜେପି ମାତ୍ର ୨୧ଦିନ ସରକାର ଗଠନ କରିଥିବା ବେଳେ ରାଜ୍ୟରେ ମୁଦ୍ରାସ୍ପିତି ଗତ ୬ମାସ ହେବ ୭%ରୁ ଅଧିକ ରହିଛି । ବିଜେଡି ଶାସନରେ ଥିବା ଯାଏଁ ଦରଦାମ ବଢ଼ିଚାଲିଥିଲା । ଖାଲି ସେତିକୁ ନୁହେଁ ତତ୍କାଳୀନ ବିଜେଡି ସରକାର କୁନି ପିଲାମାନଙ୍କ ଚାଉଳ ଓ ଡାଲି ସବୁ ଚଳୁ କରିଦେଇଛି । ମଧ୍ୟାହ୍ନ ଭୋଜନ ଚାଉଳ ଲୁଟ୍ କରି ନିଜର ପକେଟ ଗରମ କରିଛି । ମାତ୍ର ଅଳ୍ପଦିନ ତଳେ ଶାସନଭାର ସମ୍ଭାଳିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛି ବୋଲି ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର କହିଛନ୍ତି ।ଶ୍ରୀମତି ମିଶ୍ର କହିଛନ୍ତି, ବିଜେଡି ସରକାର ସମୟରେ ଜଳସେଚନ ବ୍ୟବସ୍ଥା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଏନେଇ ଚାଷୀମାନେ ଭଲ ଫସଲ ଉତ୍ପାଦନ କରିପାରୁ ନ ଥିଲେ । ଏପରିକି ଗତ ୨୫ ବର୍ଷ ମଧ୍ୟରେ ଗୋଟିଏ ହେଲେବି ଶୀତଳଭଣ୍ଡାର ଖୋଲିପାରିନାହିଁ । ଆଉ ଯେଉଁଠି ଶୀତଳଭଣ୍ଡାର ଥିଲା ସେଗୁଡ଼ିକ ଅଚଳ ହୋଇଯାଇଛି । ଫଳରେ ଆଳୁ, ପିଆଜ ଓ ପରିବା ଆଦି ପୂର୍ବରୁ ସଂରକ୍ଷିତ ରଖାଯାଇ ପାରୁନାହିଁ । ଏଥିପାଇଁ ଦରଦାମ ଦିନଦିନକୁ ବଢ଼ି ଚାଲିଛି । ବିଜେପି ସରକାର ଆସିବା ପରେ ଏହି ଅସୁବିଧାକୁ ହୃଦୟଙ୍ଗମ କରି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ ଯୋଜନା କରିଛି ।
    ଅପରପକ୍ଷେ ମଣ୍ଡିରେ ଚାଷୀଙ୍କ ଧାନ କିଣିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥଲା । ଫଳରେ କଳାବଜାରି ବଢ଼ିଚାଲିଥିଲା । ଏଥିଯୋଗୁ ଚାଷୀ ହତାଶ ହେଉଥିବାବେଳେ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ୁଥିଲା । ଚଳିତ ବର୍ଷ ଅଧିକ ଖରା ହୋଇଥିବାରୁ ଫସଲ ଭଲ ହୋଇପାରିନାହିଁ । ବିଜେପି ସରକାର ଆସିବା ପରେ ବଜାରର ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି । କଳାବଜାରୀ ଉପରେ ରୋକ ଲଗାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଗୋଦାମ ଉପରେ ନଜର ରଖିବାକୁ ନିଦ୍ଦଦେଶ ଦିଆଯାଇଛି ।କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଦ୍ଦେଶ ଦିଆଯାଇଛି । ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରରେ ଭାଜପା ସରକାର ୭୧ ହଜାର ଟନ କିଣି ଷ୍ଟକ୍ ରଖିଛନ୍ତି । ଏହି ପିଆଜ ଦର ଯେପରି ଅଧିକ ନ ହେବ ସେଥିପାଇଁ ନାସିକରୁ ପିଆଜ କିଣାଯାଇ ରାଜ୍ୟରେ ଅଧିକ ଷ୍ଟକ ରଖିବାକୁ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରରେ ବିଜେପି ସରକାର କୃଷି ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାର ଲାଭ ଓଡ଼ିଶାକୁ ମଧ୍ୟ ମିଳିବ । ଏହାଦ୍ୱାରା ଚାଷୀ ଅଧିକ ଅମଳ କରିବାକୁ ସକ୍ଷମ ହେବ । ଫଳରେ ପରିବା ଓ ଅନ୍ୟାନ୍ୟ ଖାଦ୍ୟାଶସ୍ୟର ଅଭାବ ଦୂର ହୋଇପାରିବ । ବଜାର ଦର ନିୟନ୍ତ୍ରଣ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ନାଫେଡ୍ ଦ୍ୱାରା ରିହାତି ଦରରେ ଖାଉଟିଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଓଡ଼ିଶାରେ ପ୍ରାୟ ୩୦ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧାକରାଯାଇଥିବାବେଳେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଯୋଜନା କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ