Tuesday, March 3, 2026
30.7 C
Odisha

    ବିଜେପିରେ ଯୋଗଦେଲେ ସୋର ବିଧାୟକ ପର୍ଶୁରାମ ଧଡା

    ଆଗକୁ ପଢନ୍ତୁ

    ରାଜ୍ୟ କାର୍ଯ୍ୟାଳୟରେ ଚଳିତ ନିର୍ବାଚନରେ ବର୍ତମାନ ସୁଦ୍ଧା ୨୫୩ଟି ଛୋଟମୋଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ସଂଖ୍ୟା ଆହୁରି ମଧ୍ୟ ବଢ଼ିବ । ବିଜୁ ଜନତା ଦଳ ଦିନକୁ ଦିନ ଖସିବା ସହ ବିଜେପିର ଶକ୍ତି ବଢ଼ୁଛି । ଓଡ଼ିଶାରେ ଏଥର ବିଜେପି ସରକାର । ଯାହା ମିଶ୍ରଣ ପର୍ବରୁ ସ୍ପଷ୍ଟ ଅନୁମେୟ । ଦୀର୍ଘ ୧୦ବର୍ଷ ପରେ ଘରକୁ ଫେରିବାର ବିଜେପି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି । ଯେଉଁ ସମୟରେ ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ସୂଚାରୁ ରୂପେ କରିବି ବୋଲି ବିଧାୟକ ପର୍ଶୁରାମ ଧଡା କହିଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ସୋର ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡା ନିଜ ବହୁ ସରପଂଚ, ନେତା ଓ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଧଡାଙ୍କ ସମେତ ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ଉପାଧ୍ୟକ୍ଷ ବାସନ୍ତୀ ପତି, କୋଚିଆକୋଇଲି ଗ୍ରାମ ପଂଚାୟତ ସରପଂଚ ଯଶୋଦା ଶିଅଳ, ପଣ୍ଡାସୁଣୀ ଗ୍ରାମ ପଂଚାୟତ ସରପଂଚ ପରକ୍ଷୀତ ମାଝୀ, କୁରୁଡା ସରପଂଚ ମିନତୀ ସେଠୀ, ଚିତଳ ସରପଂଚ ଗଜେନ୍ଦ୍ର ମହାଳିକ, ବାହାନଗା ସମିତିସଭ୍ୟ ସରୋଜ କୁମାର ରାଉତ, କୋଚିଆକୋଇଲି ସମିତିସଭ୍ୟ ମୁକ୍ତିକାନ୍ତ ବେହେରା, ଗୋପାଳପୁର ସମିତିସଭ୍ୟ ଯୋଗେଶଚନ୍ଦ୍ର ପତି, ବିଷ୍ଣୁପୁର ସମିତିସଭ୍ୟ ଫୁଲମଣୀ ହାଁସଦା, ବିଜେଡି ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦକ ସବିତା ଅଗସ୍ତି, ବିଜେଡି ସାଧାରଣ ସମ୍ପାଦକ ବିଜୟ କୁମାର ମହାପାତ୍ର, ବାହାନଗା ବ୍ଲକ ସଭାପତି ଅଜୟ କୁମାର ପଣ୍ଡା, ନଟାପଡା ସରପଂଚ ସନ୍ଧ୍ୟାରାଣୀ ପଣ୍ଡା, ପାଖର ସମିତିସଭ୍ୟା ମଝିନୀତା ଜେନା, ଟେଂଠଇ ସମିତିସଭ୍ୟା ପୁଷ୍ପାଞ୍ଜଳୀ ସେଠୀ, ତଳନଗର ସମିତିସଭ୍ୟା ସସ୍ମିତା ବାରିକ, ସୋର ବ୍ଲକ ବିଜେଡି ସଭାପତି ଦିପ୍ତୀକାନ୍ତ ପଣ୍ଡା, ବିଜୁ ଯୁବଜନତାଦଳ ନିର୍ବାଚନମଣ୍ଡଳୀ ସଭାପତି ଲକ୍ଷ୍ମୀକାନ୍ତ ଶିଅଳ, ପୂର୍ବତନ କାଉନସିଲର କାଳନ୍ଦୀ ଗୋଇଁ, ଯୁବ ସଭାପତି ଆଲୋକ ମହାନ୍ତି, ପୂର୍ବତନ ପରିଷଦ ଚନ୍ଦ୍ରଶେଖର ମହାନ୍ତି, ସୋର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଞ୍ଜିତା ଜେନା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    13 %
    2.1kmh
    2 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ