Friday, September 25, 2026
24.2 C
Odisha

    ବିଜେପି ରାଜ୍ଯ ସଭାପତି କିଏ ହେବେ ? ଖୁବଶୀଘ୍ର ନାମ ଘୋଷଣା ନେଇ ବଢିଲା ଚର୍ଚ୍ଚା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜେପି ରାଜ୍ଯ ସଭାପତି କିଏ ହେବେ ? ଏହା ଉପରୁ ସସପେନ୍ସ ହଟିବ କି ? ଖୁବଶୀଘ୍ର ରାଜ୍ଯ ବିଜେପି ସଭାପତିଙ୍କ ନାମ ଘୋଷଣା ହେବା ନେଇ ବଢିଲା ଚର୍ଚ୍ଚା  । ଏହାକୁ ଖୋରାକ୍ ଯୋଗାଇଛି ବିଜେପି ରାଜ୍ଯ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଏକାଠି ହେବା ।  ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉଷେଣ୍ଡି, ରାଜ୍ୟ ବିଜେପିର ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ସୂଚନା ।  ରାଜ୍ଯ ବିଜେପି କାର୍ଯ୍ୟାଳୟରେ ଆଜିର ବୈଠକରେ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସଭାପତିଙ୍କ ନାମ ଘୋଷଣା ନେଇ ନିଷ୍କର୍ସ ବାହାରିଥିବା କୁହାଯାଉଛି । ତେଣୁ ଖୁବଶୀଘ୍ର ରାଜ୍ଯ ବିଜେପି ସଭାପତି କିଏ ହେବ ତାକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିବ ବୋଲି ଚର୍ଚ୍ଚା  ହେଉଛି। ବିଜେପି ରାଜ୍ଯ ସଭାପତି ରେସ୍ ରେ ଆଗରେ ଅଛନ୍ତି ମନମୋହନ ସାମଲ। ଏହାସହ ନିଗମ ଓ ବିଭିନ୍ନ ବୋର୍ଡ ଅଧ୍ୟକ୍ଷ ପଦ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    96 %
    5.6kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ