Tuesday, October 6, 2026
31.6 C
Odisha

    ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବିକଲା ବିଶ୍ୱ ହିନ୍ଦୁ ପରିଷଦ

    ଆଗକୁ ପଢନ୍ତୁ

    କେଉଁଝର : ପଶ୍ଚିମବଙ୍ଗର ମୁର୍ଶୀଦାବାଦରେ କିଛିଦିନ ପୂର୍ବେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅମାନୁଷିକ ଅତ୍ୟାଚାର ଓ ଆକ୍ରମଣକୁ ବିରୋଧ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛି ବିଶ୍ଵ ହିନ୍ଦୁ ପରିଷଦ। ଆଜି ବିଶ୍ୱ ହିନ୍ଦୁ ପରିଷଦ କେଉଁଝର ଜିଲ୍ଲା ପକ୍ଷରୁ ସହରର କାଳୀପଡ଼ିଆ ନିକଟରୁ ଏକ ଶୋଭାଯାତ୍ରା ମାଧ୍ୟମରେ ଆସି
    କେଉଁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଶ୍ୱହିନ୍ଦୁ ପରିଷଦର ଜିଲା ସଭାପତି ତୁଷାରକାନ୍ତ ସାମନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଭାଗ ସମ୍ପାଦକ ଘନଶ୍ୟାମ ମହାନ୍ତ, ସମ୍ପାଦକ ସପ୍ନେଶ୍ବର ସାହୁ, ସହସମ୍ପାଦକ କେଦାରନାଥ ଦାଶ, ନଗର ସମ୍ପାଦକ ସୁବ୍ରତ ମହାନ୍ତି ଏବଂ ଦୁର୍ୟୋଧନ ମହନ୍ତ, କାର୍ତ୍ତିକ ମହାନ୍ତି, ରଞ୍ଜନ ସାହୁ ପ୍ରମୁଖଙ୍କ ସହଯୋଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
    କେଉଁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହନ୍ତ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୟୂରଭଞ୍ଜ ବିଭାଗ ପ୍ରଚାରକ ତପନ କୁମାର ନାୟକ, ଦେବରାଜ ଆଚାର୍ଯ୍ୟ ପ୍ରମୁଖଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ଦେଇଥିଲେ। କେଉଁଝର ଜିଲ୍ଲାରେ ବେଆଇନ ଭାବେ ରହୁଥିବା ବାଙ୍ଗଳାଦେଶୀମାନଙ୍କୁ ଚି଼ହ୍ନଟ କରିବା ପାଇଁ ପ୍ରଶାସନ ନିକଟରେ ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଥିବା ସହସମ୍ପାଦକ କେଦାରନାଥ ଦାଶ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ