Monday, January 19, 2026
14.6 C
Odisha

    ବିମାନ ପରେ ଏବେ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

    ଆଗକୁ ପଢନ୍ତୁ

    ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ, ପଶ୍ଚିମବଙ୍ଗ, ଆନ୍ଧ୍ର ପରେ ଏବେ ଉତ୍ତରପ୍ରଦେଶ ରହିଛି ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ। ଏଥିରୁ ବାଦ୍‌ ପଡ଼ିନି ଫାଇଭ୍‌ ଷ୍ଟାର ହୋଟେଲ୍‌। ଦୀପାବଳି ପୂର୍ବରୁ ଏପରି ବୋମା ଧମକ ମିଳିଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ଲକ୍ଷ୍ନୌର ବହୁ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଇମେଲ୍‌ରେ ଧମକ ମିଳିଛି। ହୋଟେଲରେ ବୋମା ଥିବା କହି ୫୫ ହଜାର ଡଲାର ଦାବି କରିଛନ୍ତି ଦୁର୍ବୃତ୍ତ। ଇମ୍ପରିଆଲ ପ୍ୟାଲେସ, ସାୟାଜୀ, ଦ ସେଣ୍ଟୋସା, କେ.କେ ବିକନ, ହୋଟେଲ ଭାବା, ହୋଟେଲ ପାରାମାଉଣ୍ଟ ଇନ୍‌, ହୋଟେଲ ଜ୍ୟୋତି, ଏଲିମେଣ୍ଟସ, ଦ ଗ୍ରାଣ୍ଡ୍‌ରେଜେନ୍ସି ଏବଂ ସିଜନକୁ ଇମେଲ୍‌ରେ ଧମକପୂର୍ଣ୍ଣ ମେସେଜ ଆସିଛି। ଏହା ପରେ ପୋଲିସ ପକ୍ଷରୁ ବଡ଼ବଡ଼ ହୋଟେଲରେ ଯାଞ୍ଚ କଡ଼ାକଡ଼ି କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    50 %
    1.6kmh
    0 %
    Mon
    31 °
    Tue
    31 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ