Saturday, July 27, 2024
24.6 C
Odisha

    ବିରୋଧୀ ମିଛ କହୁଛନ୍ତି, ବିଜେପିର ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ନବୀନ କହିଛନ୍ତି, ମୁଁ କଣ୍ଟାବାଞ୍ଜିରୁ ବିଧାୟକ ପ୍ରାର୍ଥୀ ହୋଇଛି ଆପଣ ମାନେ ଖୁସି ତ । ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନା ଭଲ କି ନାହିଁ ପଚାରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଥିଲେ ନବୀନ । ଏହାସହ ଜନସଭାରେ ନବୀନ ବିରୋଧୀ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି । ଉଦବୋଧନ ଆରମ୍ଭ କରି ରାଜ୍ୟ ସକାରଙ୍କ ବିଭିନ୍ନ ଯୋଜନାର ନାଁ ନେଇଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ଶୁଣି, ମଞ୍ଚ ସ୍ଥଳ ଗୁଞ୍ଜରିତ ହୋଇଉଠିଥିଲା । ଏସବୁ ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପଚାରିଥିଲେ । ଉତ୍ତରରେ ବଙ୍ଗୋମୁଣ୍ଡା ସଭା ସ୍ଥଳ ଡର୍ରେ ପ୍ରକମ୍ପିତ ହୋଇଥିଲା । ଏହାପରେ ନବୀନ ପଟ୍ଟନାୟକ ଭଲ କି ଓ ବିଜେଡି ଭଲ କି ବୋଲି ନବୀନ ପଚାରିଥିଲେ ।ଏହି ସମୟରେ ଅଳ୍ପ ଭାଷଣରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ଓ ଏହି ଦଳର ନେତାଙ୍କୁ ଟାର୍ଗେଟ କରିଥିଲେ ନବୀନ । ବିଜେପି ନେତା ମଛ କହୁଥିବା କହିଛନ୍ତି ନବୀନ । ସେମାନେ ଜନତାଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦୁ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି କଥା ମନେ ପକାଇ ଦେଇଥିଲେ ନବୀନ । ଲୋକଙ୍କୁ ମାଗଣାରେ ବିଜୁଳି ମିଳିବା ନେଇ ଖୁସି ତ ବୋଲି ଜନତାଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଜୁଲାଇ ମାସରୁ ବିଜୁଳି ମାଫ୍ ବୋଲି କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ