Wednesday, March 18, 2026
31.9 C
Odisha

    ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି: କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌‌

    ଆଗକୁ ପଢନ୍ତୁ

    କଟକ : ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲିମିଟେଡ୍‌ ଲାଞ୍ଚ ମାମଲାରେ ସିବିଆଇ ପକ୍ଷରୁ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ କରାଯାଇଥିଲା। ସିବିଆଇ ଅଧିକାରୀମାନେ ତାଙ୍କ ଘରେ ଚଢ଼ଉ କରି ରେକର୍ଡ଼ପତ୍ର ଯାଞ୍ଚ କରିଥିଲେ। ସିବିଆଇର ଏତାଦୃଶ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଏସ‌.କେ. ପାଣିଗ୍ରାହୀ ଗତକାଲି ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିଷ୍ଣୁପଦଙ୍କ ବିରୋଧରେ ସିବିଆଇ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ମାମଲାରେ ଜବାବ ଦାଖଲ ପାଇଁ ସିବିଆଇ ପକ୍ଷରୁ ସମୟ ନିଆଯାଇଛି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୪କୁ ଧାର୍ଯ୍ୟ ହୋଇଛି। ବ୍ରିଜ୍‌‌ ଆଣ୍ଡ ରୁଫ୍‌‌ କ​ର୍ପୋରେସନ‌ ଲିମିଟେଡ୍‌‌ର ଜେନେରାଲ ମ୍ୟାନେଜର‌ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ଏକ ବିଲ୍‌ ପାସ୍‌ ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି।ଉକ୍ତ ଏଫ୍‌‌ଆଇଆରରେ ଆଇଏସ୍‌ ବିଷ୍ଣୁପଦଙ୍କ ନାଁ ନଥିଲେ ମଧ୍ୟ ସିବିଆଇ ପକ୍ଷରୁ କିଛି ଦିନ ପୂର୍ବେ ତାଙ୍କ ଘରେ ଚଢ଼ଉ କରାଯାଇ ରେକର୍ଡ଼ପତ୍ର ଯାଞ୍ଚ କରାଯାଇଛି। ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଅଦାଲତରେ ଦର୍ଶାଇଛନ୍ତି ଯେ, ସିବିଆଇ ତାଙ୍କ ନାଁରେ ଯେଉଁ ଅଭିଯୋଗ ଆଣି ଘରେ ଚଢ଼ଉ କରିଛି ସେଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ତାଙ୍କ ନାଁରେ ଏଫ୍‌‌ଆଇଆର‌ ହୋଇନାହିଁ। ସିବିଆଇ ଚଢ଼ଉ ବେଳେ ତାଙ୍କ ଘରୁ କୌଣସି ସାମଗ୍ରୀ ଜବତ ହୋଇନାହିଁ। ତଦନ୍ତରେ ସବୁବେଳେ ସହଯୋଗ କରି ଆସୁଛି; ମାତ୍ର ସିବିଆଇ ନିଜ କ୍ଷମତାର ଅପବ୍ୟବହାର କରି ତାଙ୍କ ଘରେ ବାରମ୍ବାର ଚଢ଼ଉ କରିଆସୁଛି। ଏହା ଦ୍ୱାରା ତାଙ୍କର ଓ ତାଙ୍କ ପରିବାରର ସମ୍ମାନ ହାନି ଘଟୁଛି। ନିକଟରେ ତାଙ୍କର ଏବଂ ପତ୍ନୀଙ୍କ ନାମରେ ଥିବା ଆକାଉଣ୍ଟକୁ ସିବିଆଇ ପକ୍ଷରୁ ଫ୍ରିଜ୍‌ କରି ଦିଆଯାଇଛି। ଉକ୍ତ ଆକାଉଣ୍ଟ ସଚଳ କରିବା ସହ ସିବିଆଇର ବେଆଇନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବା ପାଇଁ ଆବେଦନକାରୀ ଶ୍ରୀ ସେଠୀ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି। ଅଦାଲତ ମାମଲାର ପ୍ରାଥମିକ ଶୁଣାଣି କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ େଦବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ