Wednesday, March 18, 2026
34.7 C
Odisha

    ବେଲାଇନ ହେଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି: ରାଜସ୍ୱ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କୃଷି ଓ କୃ‌ଷକଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି। ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବେ ନାହିଁ। ଫସଲବୀମା ନିୟମ କମ୍ପାନି ଲାଭ ପାଇଁ ନୁହେଁ। ଏସମୟରେ ବୀମା କମ୍ପାନିଗୁଡ଼ିକ ଚାଷୀଙ୍କ ପ୍ରତି ସମ୍ବେଦନଶିଳ ହେବା ଦରକାର। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଗତ ୨୪ ତାରିଖ ଯାଏ ୨୦ ହଜାରରୁ ଅଧିକ ଚାଷୀ ବୀମା ପାଇଁ ଆବେଦନ କରି ସାରିଲେଣି। ସେମାନଂକୁ ବୀମା ପ୍ରଦାନ ନେଇ ବୀମା କମ୍ପାନିଗୁଡ଼ିକ ଆଇନ ଅନୁଯାଇ କାମ କରିବା ଦରକାର। ପୂର୍ବ ଭଳି ବେଲାଇନ ହେଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି। ବୀମାକମ୍ପାନିଗୁଡ଼ିକୁ ଲାଇନକୁ ଆଣିବାକୁ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବ‌େ। ବୀମା କମ୍ପାନି ସହ କୃଷି ବିଭାଗ ୨ଟି ବୈଠକ କରିସାରିଛନ୍ତି।
    କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ତାପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯିବ। ଯଦି କିଏ ସର୍ଭେରୁ ବାଦ ପଡ଼ିଥିବେ ତାହେଲେ ରାଜସ୍ବ ବିଭାଗ ନିକଟରେ ଅଭିଯୋଗ ବି କରିପାରିବେ। ସରକାର ଅତିସମ୍ବେଦନଶୀଳତା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ମନ୍ତ୍ରୀ ଓ ବିଧାୟକମାନେ ଗ୍ରାଉଣ୍ଡ ଜିରୋରେ ଅଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ମୋହନ ସରକାର ଅତି ସମ୍ବେଦନ ଶୀଳ ଅଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.7 ° C
    34.7 °
    34.7 °
    25 %
    2.8kmh
    100 %
    Wed
    34 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ