Tuesday, March 3, 2026
26.2 C
Odisha

    ବ୍ୟାପୁଛି ଆଉ ଏକ ନୂଆ ଭୂତାଣୁ,ମାର୍ବର୍ଗ ଭୂତାଣୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମାଡୁଛି ଆଉ ଏକ ନୂଆ ଭୂତାଣୁ। ଯେଉଁଥିରେ ସଂକ୍ରମିତ ହେଲେ ଆଖି, ନାକରୁ ବାହାରୁଛି ରକ୍ତ। ତାଞ୍ଜାନିଆର କାଗେରା ଅଞ୍ଚଳରେ ଏହି ଭୂତାଣୁରେ ୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ନୂଆ ଭୂତାଣୁର ନାମ ହେଉଛି ‘ମାର୍ବର୍ଗ’। ଏହି ଭୂତାଣୁ ଯୋଗୁ ସାମ୍ଭାବ୍ୟ ମହାମାରୀ ସୃଷ୍ଟି ହୋଇପାରେ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ ସତର୍କ କରାଇଛି।
    ଇବୋଲା ଭୂତାଣୁ ପରି ବାଦୁଡ଼ିମାନଙ୍କଠାରୁ ଏହି ଭୂତାଣୁ ବ୍ୟାପୁଥିବା ଜଣାପଡ଼ିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଭୂତାଣୁର ଚିକିତ୍ସା ନାହିଁ। କେବଳ ସତର୍କତା ଏହି ଏଥିରୁ ବର୍ତ୍ତିବାର ଗୋଟିଏ ଉପାୟ।

    କ’ଣ ରହିଛି ଲକ୍ଷଣ : ଆଖି, ନାକ ଏବଂ ଯୌନାଙ୍ଗରୁ ରକ୍ତସ୍ରାବ ହେବା ,ଜ୍ଵର ହେବା,ପ୍ରବଳ ମୁଣ୍ଡ ବିନ୍ଧିବା,କାଶ ହେବା ମାଂସପେଶୀ ଏବଂ ଗଣ୍ଠି ଦରଜ ହେବା,ତଣ୍ଟିରେ ଘା’ ହେବା,ଚର୍ମରେ ପ୍ରତିକ୍ରିୟା ସୃଷ୍ଟି ହେବା,ଛାତି ଏବଂ ପେଟ ଯନ୍ତ୍ରଣା ହେବା,ବାନ୍ତି ହେବା,ଝାଡ଼ାବାନ୍ତି ହେବା,ମୁଣ୍ଡ ବୁଲାଇବା,ଓଜନ ହ୍ରାସ ଇତ୍ୟାଦି ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.2 ° C
    26.2 °
    26.2 °
    17 %
    2.1kmh
    15 %
    Tue
    28 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ