Wednesday, April 29, 2026
43 C
Odisha

    ଭାରତରେ ଖୁବଶୀଘ୍ର ଗଡ଼ିବ ବିଶ୍ଵର ଦୀର୍ଘତମ ହାଇପରଲୁପ ଟ୍ୟୁବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତରେ ଖୁବଶୀଘ୍ର ଗଡ଼ିବ ବିଶ୍ଵର ଦୀର୍ଘତମ ହାଇପରଲୁପ ଟ୍ୟୁବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏ ନେଇ ଘୋଷଣା କରିଛନ୍ତି। ମାଡ୍ରାସ ଆଇଆଇଟିର ଏହି ହାଇପରଲୁପ ଟ୍ୟୁବ ପ୍ରକଳ୍ପ ଏସିଆ ଏବଂ ବିଶ୍ଵର ଦୀର୍ଘତମ ହାଇପରଲୁପ ଟ୍ୟୁବ ହେବ। ଏହାର ଲମ୍ବ ୪୧୦ ମିଟର ରହିବ। ଗତ ୧୫ ତାରିଖରେ ଏହି ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ଲାଗି ବୈଷ୍ଣବ ଚେନ୍ନାଇ ଗସ୍ତ କରିବା ଅବସରରେ ଏହା ଘୋଷଣା କରିଛନ୍ତି। ପ୍ରକଳ୍ପର ଏକ ଭିଡିଓକୁ ସେ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

    ହାଇପରଲୁପ ଟେକ୍ନୋଲୋଜି ପରିବହନର ୫ମ ମାଧ୍ୟମ। ଏକ ଭ୍ୟାକମ ଟ୍ୟୁବ ମଧ୍ୟରେ ଏହି ହାଇପରଲୁପ ଚାଲିବ, ଯାହାର ବେଗ ଘଣ୍ଟାପ୍ରତି ପ୍ରାୟ ୧ ହଜାର କିଲୋମିଟର ରହିବ। ଏହା ଭବିଷ୍ୟତର ପରିବହନ ବ୍ୟବସ୍ଥାରେ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ଏହି ଟେକ୍ନୋଲୋଜିକୁ ବିକଶିତ କରିବା ଲାଗି ୨୦୨୨ରେ ରେଳ ମନ୍ତ୍ରଣାଳୟ ମାଡ୍ରାସ ଆଇଆଇଟିକୁ ୮ କୋଟି ୩୪ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    43 ° C
    43 °
    43 °
    11 %
    3.2kmh
    21 %
    Wed
    40 °
    Thu
    42 °
    Fri
    41 °
    Sat
    42 °
    Sun
    41 °

    ସମ୍ବନ୍ଧିତ