Tuesday, May 26, 2026
43.1 C
Odisha

    ଭାରତ ବେଆଇନ ପ୍ରବାସକୁ ସମର୍ଥନ କରେନାହିଁ’ ହାତକଡ଼ା ପିନ୍ଧାଇବା ଆମେରିକାର ନୀତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକା ଦ୍ବାରା ସାମରିକ ବିମାନରେ ୧୪୦ ବେଆଇନ ପ୍ରବାସୀଙ୍କୁ ଭାରତ ପଠାଯିବା ପରେ ଏହି ପ୍ରସଙ୍ଗରେ ଆଜି ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଛି।  ପ୍ରବାସୀ ଭାରତୀୟଙ୍କ ପ୍ରସଙ୍ଗରେ ବଜେଟ୍ ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ସଂସଦରେ ଜବାବ ରଖିଛନ୍ତି। ରାଜ୍ୟସଭାରେ ଜୟଶଙ୍କର କହିଛନ୍ତି ଯେ ଦେଶାନ୍ତର ସଂକ୍ରାନ୍ତ ଏଭଳି  କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ। ହାତକଡ଼ା ପିନ୍ଧାଇ ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରାଇବା ଆମେରିକାର ନୀତି। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ରାଷ୍ଟ୍ର ବେଆଇନ ଭାବେ ରହୁଥିବା ଲୋକଙ୍କୁ ସେମାନଙ୍କ ଦେଶକୁ ପଠାଇବାର ବହୁତ ନଜିର ରହିଛି। ‘ମୁଁ ଆପଣମାନଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଗତିଶୀଳତା ଏବଂ ପ୍ରବାସ ଏକ ଦେଶକୁ ଆଗକୁ ନେବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏକ ରାଷ୍ଟ୍ର ଭାବରେ, ଆମେ ଆଇନଗତ ଗତିଶୀଳତାକୁ ପ୍ରୋତ୍ସାହିତ କରୁ ଏବଂ କେବେ ବି ବେଆଇନ ପ୍ରବାସକୁ ପ୍ରୋତ୍ସାହିତ କରିନାହୁଁ। ଆମର ନାଗରିକମାନେ ଯେଉଁମାନେ ବେଆଇନ ଭାବେ ଅନ୍ୟ କୌଣସି ଦେଶକୁ ଯାଇଛନ୍ତି, ସେହି ଦେଶ ସେମାନଙ୍କୁ ଠାବ କରି ସେମାନଙ୍କ ଆଇନ ଅନୁଯାୟୀ ଫେରାଇବା ପ୍ରକ୍ରିୟା ଗଣହ କରୁଛନ୍ତି। ଏହି ପ୍ରକ୍ରିୟା ନୂଆ ନୁହେଁ’ ବୋଲି ଜୟଶଙ୍କର କହିଛନ୍ତି।

    ବୈଦେଶିକ ବ୍ୟାପାର ମନ୍ତ୍ରୀ  କହିଛନ୍ତି ଯେ କୌଣସି ଦେଶରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ପ୍ରତ୍ୟର୍ପଣ ପ୍ରକ୍ରିୟା ୨୦୦୯ ମସିହାରୁ ଚାଲିଛି। ୨୦୧୨ ମସିହାରୁ ଲୋକଙ୍କୁ  ସାମରିକ ବିମାନରେ ଏୟାରଲିଫ୍ଟ କରିବା ପ୍ରକ୍ରିୟା ବିଭିନ୍ନ ରାଷ୍ଟ୍ରରେ ଦେଖିବାକୁ ମିଳିଛି। ନିୟମ ଅନୁଯାୟୀ ପ୍ରତ୍ୟର୍ପଣ କରାଯାଇଛି ରାଜ୍ୟସଭାରେ  ଜୟଶଙ୍କର କହିଛନ୍ତି, ସାଂସଦମାନେ ଜାଣିବା ଉଚିତ ଯେ ‘ବେଆଇନ ପ୍ରବାସୀ ପ୍ରତ୍ୟର୍ପଣ’ ହଠାତ୍‌ ସାମ୍ନାକୁ ଆସିଥିବା ଏକ ସମସ୍ୟା ନୁହେଁ, ଏହା ପୂର୍ବରୁ ମଧ୍ୟ ହୋଇଆସୁଛି। ୨୦୦୯ରେ ୭୪୭ ଜଣ ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରାଯାଇଥିଲା। ସେହିଭଳି ଶହ ଶହ ଲୋକଙ୍କୁ ପ୍ରତିବର୍ଷ ଦେଶାନ୍ତର କରାଯାଉଛି। ପ୍ରତ୍ୟେକ ଦେଶରେ ନାଗରିକତା ଯାଞ୍ଚ କରାଯାଏ ଓ ଲୋକଙ୍କୁ ଦସ୍ତାବିଜ ମଗାଯାଏ। ୨୦୧୨ ମସିହାରୁ ସାମରିକ ବିମାନ ପଠାଇବାର ନିୟମ ଲାଗୁ ହୋଇଛି। ଏଥିରେ କୌଣସି ଭେଦଭାବ ନାହିଁ। ତେବେ ଜୟଶଙ୍କରଙ୍କ ବୟାନକୁ ବିରୋଧୀ ସଦସ୍ୟମାନେ ଅଗ୍ରାହ୍ୟ କରିବା ସହ  ଗୃହରେ ଲଗାତାର ହଟ୍ଟଗୋଳ ଜାରି ରଖିଥିଲେ।

    ମିଳିତ ଜାତିସଂଘ ଚୁକ୍ତି
    ବିଦେଶ ମନ୍ତ୍ରୀ  କହିଛନ୍ତି ଯେ ପ୍ରତ୍ୟର୍ପଣ ନିୟମ ବହୁତ ପୁରୁଣା। ସେ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତ ଜାତିସଂଘ ଚୁକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଏହା ଆଇନଗତ ସ୍ଥାନାନ୍ତରକୁ ସମର୍ଥନ କରିବା ଏବଂ ବେଆଇନ ପ୍ରବାସକୁ ନିରୁତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ଏ ନେଇ ବିଭିନ୍ନ ରାଷ୍ଟ୍ରର ଭିନ୍ନ ଭିନ୍ନ ନୀତି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟମାନଙ୍କ ସହ ଯେପରି କୌଣସି ଅମାନବୀୟ ବ୍ୟବହାର ନ ହୁଏ ସେଥିପାଇଁ ଆମେ ପ୍ରତ୍ୟର୍ପଣ ପ୍ରସଙ୍ଗରେ ଆମେରିକା ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛୁ ଏବଂ ଏହି ପ୍ରକ୍ରିୟା ଜାରି ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    43.1 ° C
    43.1 °
    43.1 °
    15 %
    4.5kmh
    11 %
    Tue
    44 °
    Wed
    45 °
    Thu
    46 °
    Fri
    44 °
    Sat
    43 °

    ସମ୍ବନ୍ଧିତ