Monday, May 25, 2026
32.8 C
Odisha

    ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି, ଫସିଛନ୍ତି ୩୦୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର କରୁଛି ସେନା

    ଆଗକୁ ପଢନ୍ତୁ

    ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ଲୋକପ୍ରିୟ ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଫସିଛନ୍ତି ଅନେକ ପର୍ଯ୍ୟଟକ । ପାଖାପାଖି ୩୦୦ ଲୋକ ରୋପୱେ କ୍ୟାବିନରେ ଫସିଥିବା ଆଶଙ୍କା କରାଯାଉଛି । ରୋପୱେ କ୍ୟାବିନରେ ହଠାତ୍ ରହିଯିବା ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଲୋକମାନେ ମଝି ଆକାଶରେ ଝୁଲି ଚିତ୍କାର କରୁଛନ୍ତି । ଘଟଣା ବିଷୟରେ ଖବର ପାଇ ସେନା, ପୋଲିସ ଏବଂ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲା ଘଟଣା ଉପରେ ନଜର ରଖିଛନ୍ତି । ଲୋକମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ।

    ଗୁଲମାର୍ଗ ଏନଡିଆରଏଫ, ଏନଡିଆରଏଫ ଏବଂ ଗୁଲମାର୍ଗ ଗୋଣ୍ଡୋଲାର କ୍ୟୁଆରଟି ଟିମ୍ ଉପସ୍ଥିତି ରହି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ତେବେ ପାଣିପାଗ ଖରାପ ଯୋଗୁଁ ରେସକ୍ୟୁରେ ବିଳମ୍ବ ହେଉଛି । ଗତ କିଛିଦିନ ହେଲାଣି କଶ୍ମୀରରେ ବର୍ଷା ଏବଂ କୁଆପଥର ପଡୁଛି । ସେନା ପକ୍ଷରୁ ସିଡି ପକାଇ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । କିଛି ଘଣ୍ଟା ଚେଷ୍ଟା କରିବା ପରେ ଅନେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇସାରିଲାଣି ।

    ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବୟାନରେ କୁହାଯାଇଛି, ଯାନ୍ତ୍ରିକ ତ୍ରୁଟି କାରଣରୁ ଗୁଲମାର୍ଗ ଗୋଣ୍ଡୋଲା କେବଲ୍ କାର ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । କ୍ୟାବିନରେ ଥିବା ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ରହିଛନ୍ତି । ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି, ଭୟଭୀତ ହେବାର ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.8 ° C
    32.8 °
    32.8 °
    36 %
    2.7kmh
    62 %
    Mon
    31 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ