Sunday, October 18, 2026
24.8 C
Odisha

    ପୁଣି ମହଙ୍ଗା ହେଲା CNG ଦର, ୨ ଟଙ୍କା ବୃଦ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଭାରତରେ ଇନ୍ଧନ ମୂଲ୍ୟର ବୃଦ୍ଧି ଜାରି ରହିଛି । ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି  ପରେ ପୁଣିଥରେ ଚତୁର୍ଥ ଥର ପାଇଁ CNG ଦର ୨ ଟଙ୍କା ବଢିଛି । ୧୧ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ CNG ଦରରେ ବୃଦ୍ଧି ହୋଇଛି । ସିଏନଜି ଲିଟର ପିଛା ୮୧ ଟଙ୍କା ୦୯ ପଇସାରୁ ବୃଦ୍ଧି ପାଇ ୮୩ ଟଙ୍କା ୦୯ ପଇସା ହୋଇଛି । ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି । ଚେନ୍ନାଇରେ ଦର ୯୧ ଟଙ୍କା ୫୦ ପଇସା ହୋଇଛି । ବେଙ୍ଗାଳୁରୁରେ ଦର ୯୦ ଟଙ୍କା ଛୁଇଁଛି ।

    ସୂଚନାନୁଯାୟୀ, ଏହି ସମୟ ମଧ୍ୟରେ CNG ମୂଲ୍ୟ ଲିଟର ପିଛା ମୋଟ୍ ୬ ଟଙ୍କା ବୃଦ୍ଧି ପାଇଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି CNG ମୂଲ୍ୟରେ ଏହି କ୍ରମାଗତ ବୃଦ୍ଧି କେବେ ଏବଂ କେଉଁଠାରେ ବନ୍ଦ ହେବ ସେ ସମ୍ପର୍କରେ କୌଣସି ସୂଚନା ନାହିଁ । କେବଳ ଦିଲ୍ଲୀ ନୁହେଁ, ବରଂ ଦିଲ୍ଲୀର ଚାରିପାଖରେ ଥିବା ସମସ୍ତ ପ୍ରମୁଖ ସହର, ଯେପରିକି ଗୁରୁଗ୍ରାମ, ନୋଏଡା, ଗାଜିଆବାଦ ଏବଂ ଫରିଦାବାଦରେ ଲକ୍ଷ ଲକ୍ଷ CNG ଯାନବାହାନ ବ୍ୟବହାର ହେଉଛି । ଯାହା ଲୋକଙ୍କୁ ପକେଟକୁ ମହଙ୍ଗା ମାଡ ହୋଇଛି ।

    ଅନ୍ୟପଟେ ସୋମବାର ଦିନ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨.୬୧ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨.୭୧ ବୃଦ୍ଧି କରିଥିଲେ । ଗତ ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଡିଜେଲ ମୂଲ୍ୟ ଏବେ ଲିଟର ପିଛା ୯୫.୨୦ ଏବଂ ପେଟ୍ରୋଲ ମୂଲ୍ୟ ୧୦୨.୧୨ ହୋଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ଏବେ ଭାରତ ଉପରେ ମଧ୍ୟ ଗଭୀର ପ୍ରଭାବ ପଡୁଛି। ଏହି ଉତ୍ତେଜନା ସାଧାରଣ ଭାରତୀୟଙ୍କୁ ବଡ଼ ପରିମାଣରେ ପ୍ରଭାବିତ କରିବା ଆରମ୍ଭ କରିଛି। ଏହି ଉତ୍ତେଜନା ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି କରୁଛି । ଯାହା ମୂଲ୍ୟ ଉପରେ ସିଧାସଳଖ ଏବଂ ନକାରାତ୍ମକ ପ୍ରଭାବ ପକାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ