Friday, May 1, 2026
26.3 C
Odisha

    ମନ୍ କି ବାତ୍ ରେ ଓଡିଆ ପୁଅ ହର୍ଷବର୍ଦ୍ଧନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ସମ୍ବର୍ଦ୍ଧିତ କଲେ ଗଞ୍ଜାମ ଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ଗଞ୍ଜାମ   :    ଜାତୀୟ ସ୍ତରରେ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କ ନାମ ନେଇ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷିଣ ଆମେରିକାର ଲିମା ଠାରେ ଅନୁଷ୍ଠିତ ଆଇଡବ୍ଲୁଏଲଏଫ(IWLF) ୱାର୍ଲଡ ୟୁଥ୍ ଭାରୋତ୍ତୋଳନରେ ଚମ୍ପିଆନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ହର୍ଷବର୍ଦ୍ଧନ । ଏହା ସହ ବିହାରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆରେ ମଧ୍ୟ ନିଜ ଜଲୱା ଦେଖାଇ ପଦକ ହାସଲ କରିଥିଲେ ।  ଏନେଇ ଗତକାଲି ସେ ଗଞ୍ଜାମ ଫେରିବା ପରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା । ଖେଳ ପାଇଁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବା ଲାଗି ଜିଲ୍ଲାପାଳ ଶ୍ରୀ ପରିଡା ହର୍ଷବର୍ଦ୍ଧନଙ୍କୁ ପ୍ରତିଶୃତି ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    67 %
    0.4kmh
    51 %
    Fri
    40 °
    Sat
    41 °
    Sun
    41 °
    Mon
    40 °
    Tue
    36 °

    ସମ୍ବନ୍ଧିତ