Tuesday, April 21, 2026
28.3 C
Odisha

    ମହାକୁମ୍ଭ ସମୟସୀମା ବୃଦ୍ଧି ଗୁଜବକୁ ଖଣ୍ଡନ କଲା ପ୍ରୟାଗରାଜ ପ୍ରଶାସନ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ : ଆଜିକାଲି ପ୍ରୟାଗରାଜ କୁମ୍ଭରେ ପ୍ରବଳ ଭିଡ଼ ଯୋଗୁଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମେଳାକୁ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦେଇଥିବା ନେଇ ସୋସିଆଲ ମିଡିଆରେ ଗୁଜବ ଜୋର ଧରିଛି। ପ୍ରୟାଗରାଜର ଡିଏମ୍ ରବୀନ୍ଦ୍ର ମଣ୍ଡଳ ଏଭଳି ଗୁଜବକୁ ଖଣ୍ଡନ କରିଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ଗୁଜବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। କୁମ୍ଭ ମେଳାର କାର୍ଯ୍ୟସୂଚୀ ଶୁଭ ସମୟ ଅନୁଯାୟୀ ପ୍ରକାଶ ପାଇଥାଏ ଏବଂ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । କୁମ୍ଭ ଫେବ୍ରୁଆରି ୨୬ ତାରିଖରେ ଶେଷ ହେବ। ସେପର୍ଯ୍ୟନ୍ତ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ସୁରୁଖୁରୁରେ ଗମନାଗମନ ପାଇଁ ବ୍ୟବସ୍ଥା କରାଯାଉଛି। ଡିଏମ୍ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଶ୍ରଦ୍ଧାଳୁଙ୍କ ସୁବିଧା ଓ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି। ମେଳା ତାରିଖ ବୃଦ୍ଧି ନେଇ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତାବ ନଥିବାରୁ କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନଦେବାକୁ ସେ ଭକ୍ତମାନଙ୍କୁ ନିବେଦନ କରିଛନ୍ତି। ଅବଶିଷ୍ଟ ଦିନଗୁଡ଼ିକରେ ଲୋକଙ୍କ ସୁରୁଖୁରୁରେ ସ୍ନାନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସଙ୍ଗମରେ ଗାଧୋଇସାରିବା ପରେ ଲୋକମାନେ ନିଜ ଗନ୍ତବ୍ୟସ୍ଥଳକୁ ଫେରିବା ପାଇଁ ବ୍ୟବସ୍ଥା କରାଯାଉଛି। ଟ୍ରାଫିକ୍ ପରିଚାଳନା ଆମର ପ୍ରାଥମିକତା ବୋଲି ସେ କହିଛନ୍ତି। ଏଥିପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ପ୍ରୟାଗରାଜବାସୀଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ ନକରି ଭକ୍ତଙ୍କ ଯାତାୟାତକୁ ସନ୍ତୁଳିତ କରିବାକୁ ପ୍ରୟାସ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.3 ° C
    28.3 °
    28.3 °
    34 %
    1.1kmh
    71 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ