Thursday, March 19, 2026
24.8 C
Odisha

    ମାଇକ୍ରୋସଫ୍ଟ ସର୍ଭର ଡାଉନ; ସାରା ବିଶ୍ବରେ ଏୟାରଲାଇନ୍‌ସ, ବ୍ୟାଙ୍କ ସେବା ପ୍ରଭାବିତ

    ଆଗକୁ ପଢନ୍ତୁ

    ମାଇକ୍ରୋସଫ୍ଟ ସର୍ଭରରେ ଟେକ୍ନିକାଲ୍‌ ସମସ୍ୟା ଯୋଗୁଁ ଭାରତ ସମେତ ସାରା ବିଶ୍ବରେ ଟେଲିକମ୍‌, ଏୟାରଲାଇନ୍‌ସ, ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି। ମାଇକ୍ରୋସଫ୍ଟ କହିଛି ଯେ କ୍ରାଉଡ୍ ଷ୍ଟ୍ରାଇକ୍ ନାମକ ଏକ ଆଣ୍ଟି-ଭାଇରସ୍ କମ୍ପାନୀ ଅପଡେଟ୍ ହୋଇଥିବା ଯୋଗୁଁ ଏହି ସମସ୍ୟା ଘଟୁଛି। ମାଇକ୍ରୋସଫ୍ଟ ସର୍ଭର ଡାଉନ ହେବା କାରଣରୁ ଆଜି ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ ଓ ବ୍ରିଟେନ ସମେତ ଅନେକ ଦେଶରେ ବିମାନ ସେବା ସହ ବ୍ୟାଙ୍କିଙ୍ଗ, ହସ୍ପିଟାଲ, ଟେଲିକମ୍, ମିଡିଆ ଇତ୍ୟାଦି କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ବିମାନ ବନ୍ଦରରେ ଅନେକ ବିମାନ ଉଡାଣ ଭରିପାରୁନାହାଁନ୍ତି । ସ୍ପାଇସଜେଟ୍ ଓ ଇଣ୍ଡିଗୋ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏୟାରପୋର୍ଟରେ ଚେକ୍ ଇନ୍ ଏବଂ ଚେକ୍ ଆଉଟ୍ ସୁବିଧା ବନ୍ଦ ହୋଇଛି । ବୁକିଂ ସେବା ମଧ୍ୟ ପ୍ରଭାବିତ ହୋଇଛି। ଏହାର ସବୁଠାରୁ ଅଧିକ ପ୍ରଭାବ ଆମେରିକୀୟ ବିମାନ ସେବା ଉପରେ ପଡିଛି । ଆମେରିକାର ଅନେକ ଭାଗରେ ଜରୁରିକାଳୀନ ସେବା ୯୧୧ ମଧ୍ୟ ପ୍ରଭାବିତ ହୋଇଛି। ଏଥିଯୋଗୁଁ ନନ୍ ଏମରଜେନ୍ସି କଲ୍ ସେଣ୍ଟରର ସେବା ମଧ୍ୟ ପ୍ରଭାବିତ ହୋଇଛି । ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଜର୍ମାନୀରେ ମଧ୍ୟ ବ୍ୟାଙ୍କିଂ, ଟେଲିକମ୍, ମିଡିଆ ଆଉଟଲେଟ୍ ଏବଂ ଏୟାରଲାଇନ୍ସର ସେବା ପ୍ରଭାବିତ ହୋଇଛି । କେବଳ ବିମାନ ସେବା ନୁହେଁ, ବରଂ ଅନେକ ଦେଶରେ ବ୍ୟାଙ୍କିଂ ସେବାଠୁ ଆରମ୍ଭ କରି ଟିକେଟ୍ ବୁକିଂ ଏବଂ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    52 %
    1kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ