Sunday, October 11, 2026
22.1 C
Odisha

    ଆଜି ଅଯୋଧ୍ୟା ଯିବେ ରାଷ୍ଟ୍ରପତି : ରାମଯନ୍ତ୍ର ସ୍ଥାପନ ସହ କରିବେ ଶବରୀ ମାତାଙ୍କ ଦର୍ଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବର୍ଷ ପ୍ରତିପଦାର ଶୁଭ ଅବସରରେ, ଶ୍ରୀରାମ ଜନ୍ମଭୂମି ମନ୍ଦିର ଏକ ନୂତନ ଇତିହାସର ସାକ୍ଷୀ ହେବ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳେ ୧୧ଟା ୫୫ରେ ଶ୍ରୀରାମ ରାମ ମନ୍ଦିର ଯାଇ ଯନ୍ତ୍ର ସ୍ଥାପନ ଏବଂ ପୂଜାର୍ଚ୍ଚନା କରିବେ। ଏହି ସମାରୋହ ଦେଖିବା ପାଇଁ ପ୍ରାୟ ୭ ହଜାର ଅତିଥି ଉପସ୍ଥିତ ରହିବେ। ରାଷ୍ଟ୍ରପତି ପ୍ରାୟ ୧୧ ଟାରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ଆଦ୍ୟ ଶଙ୍କରାଚାର୍ଯ୍ୟ ଦ୍ୱାର (ଦ୍ୱାର ନମ୍ବର ୧୧) ଦେଇ ସଡ଼କ ପଥରେ ମନ୍ଦିର ପରିସରରେ ପ୍ରବେଶ କରିବେ। ଅଯୋଧ୍ୟାରେ ସେ ପ୍ରାୟ ୪ ଘଣ୍ଟା ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ଭାରୀ ଯାନବାହାନର ପ୍ରବେଶ ବନ୍ଦ କରାଯାଇଛି। ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ରାମ ମନ୍ଦିର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି, ସଦସ୍ୟ ଜଗଦଗୁରୁ ବିଶ୍ୱ ପ୍ରସନ୍ନ ତୀର୍ଥ ଏବଂ ତିନି ଜଣ ଆଚାର୍ଯ୍ୟ ଉପସ୍ଥିତ ରହିବେ।

    ଶ୍ରୀରାମ ଯନ୍ତ୍ର ସ୍ଥାପନ ପରେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ରାମଲଲାଙ୍କ ଦର୍ଶନ, ପୂଜା ଏବଂ ଆରତି କରିବେ। ପରେ ସେ ସପ୍ତମଣ୍ଡପମରେ ଅବସ୍ଥିତ ମହର୍ଷି ବାଲ୍ମିକି, ମାତା ଶବରୀ ଏବଂ ନିଷାଦରାଜଙ୍କ ମନ୍ଦିର ପରିଦର୍ଶନ କରିବେ।  ରାଷ୍ଟ୍ରପତି ମନ୍ଦିର ନିର୍ମାଣରେ ନିୟୋଜିତ ଶ୍ରମିକମାନଙ୍କ ସହିତ ମଧ୍ୟ ଭାବ ବିନିମୟ କରିପାରନ୍ତି। କେରଳର ଧାର୍ମିକ ନେତା ମାତା ଅମୃତାନନ୍ଦମୟୀ ଏବଂ ଦତ୍ତାତ୍ରେୟ ହୋସାବଲେ ମଧ୍ୟ ଉତ୍ସବରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ରହିବେ। ଏହି ସମାରୋହର ସିଧା ପ୍ରସାରଣ କରାଯିବ। ଯାହା ଭାରତ ଏବଂ ବିଦେଶର ଭକ୍ତମାନଙ୍କୁ ଏହି ଦିବ୍ୟ ମୁହୂର୍ତ୍ତ ସହିତ ଯୋଡ଼ି ହେବାର ସୁଯୋଗ ଦେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ