Sunday, April 20, 2025
30.5 C
Odisha

    ମାଲିକଙ୍କୁ ହତ୍ୟା କଲା କେୟାର ଟେକର

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ମାଲିକ ହତ୍ୟାକାରୀ କେୟାର ଟେକର । ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦିପକ ବିଶ୍ଵାଳ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ । ଗତ ୨୮ ତାରିଖ ରାତି ୮ଟା ବେଳେ ଘରେ କେହି ନଥିବାର ସୁଯୋଗ ପାଇ ଘର ମାଲିକ ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତଙ୍କୁ ବେକକୁ କପଡାରେ ଚାପି ହତ୍ୟା କରିଥିଲା ଅଭିଯୁକ୍ତ ଦିପକ। ପରେ ସେ ଖଟରୁ ଖସି ପଡିଥିବା କହିଥିଲା । ପୋଲିସ କେୟାରଟେକରକୁ ଅଟକ ରଖି ପଚରାଉଚୁରା ପରେ ସବୁ ସତ ମାନିଥିଲା କେୟାର ଟେକର ଦିପକ । ବୃଦ୍ଧ ଘର ମାଲିକ ଜଣଙ୍କ ଶଯ୍ୟାଶାୟୀ ହୋଇଥିବା ବେଳେ ସବୁବେଳେ କେୟାର ଟେକର ଉପରେ ବିଭିନ୍ନ କାରଣକୁ ନେଇ ଚିଡଚିଡା ହେଉଥିଲେ । ଯେଉଁଥିରେ ବିରକ୍ତ ହୋଇ କେୟାର ଟେକର ତାଙ୍କୁ ସୁଯୋଗ ପାଇ ହତ୍ୟା କରି ଦେଇଥିବା ମାନିଛି ବୋଲି କହିଛନ୍ତି ଢେଙ୍କାନାଳ ଏସପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    48 %
    2.4kmh
    3 %
    Sun
    31 °
    Mon
    43 °
    Tue
    44 °
    Wed
    44 °
    Thu
    44 °

    ସମ୍ବନ୍ଧିତ