Sunday, May 31, 2026
26.8 C
Odisha

    ମାଲିକଙ୍କୁ ହତ୍ୟା କଲା କେୟାର ଟେକର

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ମାଲିକ ହତ୍ୟାକାରୀ କେୟାର ଟେକର । ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦିପକ ବିଶ୍ଵାଳ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ । ଗତ ୨୮ ତାରିଖ ରାତି ୮ଟା ବେଳେ ଘରେ କେହି ନଥିବାର ସୁଯୋଗ ପାଇ ଘର ମାଲିକ ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତଙ୍କୁ ବେକକୁ କପଡାରେ ଚାପି ହତ୍ୟା କରିଥିଲା ଅଭିଯୁକ୍ତ ଦିପକ। ପରେ ସେ ଖଟରୁ ଖସି ପଡିଥିବା କହିଥିଲା । ପୋଲିସ କେୟାରଟେକରକୁ ଅଟକ ରଖି ପଚରାଉଚୁରା ପରେ ସବୁ ସତ ମାନିଥିଲା କେୟାର ଟେକର ଦିପକ । ବୃଦ୍ଧ ଘର ମାଲିକ ଜଣଙ୍କ ଶଯ୍ୟାଶାୟୀ ହୋଇଥିବା ବେଳେ ସବୁବେଳେ କେୟାର ଟେକର ଉପରେ ବିଭିନ୍ନ କାରଣକୁ ନେଇ ଚିଡଚିଡା ହେଉଥିଲେ । ଯେଉଁଥିରେ ବିରକ୍ତ ହୋଇ କେୟାର ଟେକର ତାଙ୍କୁ ସୁଯୋଗ ପାଇ ହତ୍ୟା କରି ଦେଇଥିବା ମାନିଛି ବୋଲି କହିଛନ୍ତି ଢେଙ୍କାନାଳ ଏସପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.8 ° C
    26.8 °
    26.8 °
    73 %
    2.4kmh
    49 %
    Sun
    28 °
    Mon
    40 °
    Tue
    40 °
    Wed
    41 °
    Thu
    42 °

    ସମ୍ବନ୍ଧିତ