Tuesday, March 17, 2026
31.5 C
Odisha

    ମିଶେଲ ବାର୍ନିୟଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ମାଁକର

    ଆଗକୁ ପଢନ୍ତୁ

    ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାଁକର ଗୁରୁବାର ୟୁରୋପୀୟ ସଂଘର ପୂର୍ବତନ ବ୍ରେକ୍‌ଜିଟ୍‌ ମଧ୍ୟସ୍ଥ ମିଶେଲ ବାର୍ନିୟରଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ୟୁରୋପିଆନ୍‌ ୟୁନିୟନରୁ ବ୍ରିଟେନ୍‌ ବାହାରିଯିବା ପାଇଁ ଚାହିଁବାରୁ ସଂଘ ତରଫରୁ ୭୩ ବର୍ଷୀୟ ମିଶେଲ ୨୦୧୬ରୁ ୨୦୨୧ ବ୍ରିଟେନ୍‌ ନେତୃବୃନ୍ଦଙ୍କ ସହ ଆଲୋଚନାର ନେତୃତ୍ୱ ନେଇଥିଲେ। ଏହା ପୂର୍ବରୁ ଏହି ନେତା ଜଣକ ଫ୍ରାନ୍ସ ସରକାରରେ ବିଭିନ୍ନ ପଦବୀରେ ରହିବା ସହ ୟୁରୋପୀୟ ସଂଘର କମିଶନର ମଧ୍ୟ ରହିଥିଲେ।
    ଫ୍ରାନ୍ସ ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ଝୁଲା ପାର୍ଲାମେଣ୍ଟ ଗଠନ ହୋଇଥିଲା। ନୂଆ ପ୍ରଧାନମନ୍ତ୍ରୀ ଭାବେ ମାଁକର ବିଭିନ୍ନ ନେତାଙ୍କ ନାଁ ବିଚାରକୁ ନେଇଥିଲେ ମଧ୍ୟ ସ୍ଥାୟୀ ସରକାରର ଗ୍ୟାରେଣ୍ଟି ନିମନ୍ତେ କାହାକୁ ପର୍ଯ୍ୟାପ୍ତ ସମର୍ଥନ ମିଳି ନ ଥିଲା। ଝୁଲା ପାର୍ଲାମେଣ୍ଟରେ ଗୃହୀତ ସଂସ୍କାରଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ମିଶେଲଙ୍କ ସରକାର କେତେ ସଫଳ ହେବ ତାହା ଉପରେ ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ତେବେ ଏହି ସରକାର ଯଦି କେତେକ ସର୍ତ୍ତକୁ ପୂରଣ କରନ୍ତି, ତେବେ ଏହାକୁ ହଟାଯିବ ନାହଁ ବୋଲି ପାର୍ଲାମେଣ୍ଟର ବୃହତ୍‌ ଦଳ ଫାର୍‌ ରାଇଟ୍‌ ନ୍ୟାଶନାଲ ରାଲି ପକ୍ଷରୁ ସୂଚନା ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    30 %
    5.1kmh
    80 %
    Tue
    32 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ