Friday, February 13, 2026
17.9 C
Odisha

    ମୁମ୍ୱାଇ ପୁଲିସ କହି ବରିଷ୍ଠ ଅଧିକାରୀଙ୍କୁ ଚୂନ ଲଗାଇଲେ ସାଇବର ଠକ

    ଆଗକୁ ପଢନ୍ତୁ

    ମୁମ୍ବାଇ: ପ୍ରଥମେ ଅଜଣା ନମ୍ବରରୁ କଲ, ପରେ ମୁମ୍ୱାଇ ପୁଲିସ କହି ୧୨ ଲକ୍ଷ ଠକେଇ । ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ଏଭଳି ଠକେଇର ସମ୍ମୁଖୀନ ହୋଇ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ। ଅଭିଯୁକ୍ତର ନାଁ କିଶୋର ରାଣା, ଘର ରାଜସ୍ଥାନ। ଜୁନ ୭ ରେ ବରିଷ୍ଠ ଅଧିକାରୀଙ୍କୁ ଟେଲିଫୋନ କମ୍ପାନୀରୁ ଏକ କଲ ଆସିଥିଲା । ତାଙ୍କ ନମ୍ବର ବ୍ୟବହାର କରି ୨୮ ଟି ବେନାମୀ ଟ୍ରାଞ୍ଜକ୍ସନ ହୋଇଥିବା କୁହାଯାଇଥିଲା । ପରେ ଆଉ ଜଣେ ମୁମ୍ବାଇ ପୁଲିସ କହି ସ୍କାଇପି ଯୋଗେ ତାଙ୍କ ସହ କଥା ହୋଇଥିଲେ। ବରିଷ୍ଠ ଅଧିକାରୀଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କ ଠାରୁ ଅନଲାଇନରେ ସମସ୍ତ ଡକ୍ୟୁମେଣ୍ଟ ନେଇଯାଇଥିଲେ। ଭୟଭୀତ ହେବା ପରେ ତାଙ୍କଠାରୁ ଦୁଇଥର ରେ ପାଖାପାଖି ୧୨ ଲକ୍ଷ ଟଙ୍କା ଠକି ନେଇଥିଲେ ଠକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    37 %
    1kmh
    70 %
    Thu
    18 °
    Fri
    32 °
    Sat
    33 °
    Sun
    34 °
    Mon
    34 °

    ସମ୍ବନ୍ଧିତ