Friday, December 5, 2025
25.9 C
Odisha

    ରାଉରକେଲାରୁ ଏଥର ୧୫ଶହ ମିଟର ଭିଜିବିଲିଟିରେ ଉଡ଼ିବ ବିମାନ; ୨୪ରୁ ସେବା ଆରମ୍ଭ

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲା ବିମାନବନ୍ଦରରେ ବିମାନ ବାତିଲ, ଡାଇଭର୍ସନ ଆଦି ନିତିଦିନିଆ ହେଲାଣି। ଏଠାରେ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲ୍‌ଏସ୍‌) ବ୍ୟବସ୍ଥା ନଥିବାରୁ କ୍ରମାଗତଭାବେ ଏହି ସମସ୍ୟା ଉପୁଜୁଛି। ଏମିତିକି ଏହାର ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ତେବେ ବିମାନସେବାକୁ ନେଇ ସହରବାସୀଙ୍କ ପାଇଁ ଶୁଭ ସୂଚନା ଆସିଛି। ଆପ୍ରୋଚ୍‌ କଣ୍ଟ୍ରୋଲ ୟୁନିଟ୍‌ ପ୍ରତିଷ୍ଠା ସହ ବିଶେଷଜ୍ଞଙ୍କ ଯୋଗଦାନପରେ ଏଥର କେବଳ ୧୫ ଶହ ମିଟର ଭିଜିବିଲିଟିରେ ମଧ୍ୟ ଏଠାରେ ବିମାନ ଉଡ଼ାଣ ଓ ଅବତରଣ ସମ୍ଭବ ହେବ। ଆସନ୍ତା ୨୪ ତାରିଖରୁ ଏହି ସେବା ଆରମ୍ଭ ହେବବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

    ରାଉରକେଲା ବିମାନ‌ବନ୍ଦରର ଭିଜିବିଲିଟି ୫ ହଜାର ମିଟର ରହିଥିଲା। ଏଣୁ ଖରାପ ପାଣିପାଗ ସମୟରେ ବିମାନ ଉଡ଼ାଣ/ଅବତରଣ ସମ୍ଭବ ହେଉନଥିଲା; ଯଦ୍ବାରା ନିୟମିତ ବ୍ୟବଧାନରେ ବିମାନସେବାକୁ ଅଘୋଷିତ ବାତିଲ କରାଯାଉଥିଲା। କିଛି ଦିନ ପୂର୍ବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସଂସଦରେ ରାଉରକେଲା ବିମାନସେବା ନେଇ ପ୍ରଶ୍ନ ଉତ୍‌ଥାପନ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ପତ୍ର ଲେଖି ସମସ୍ୟାର ତ୍ବରିତ ସମାଧାନ ଦାବି କରିଥିଲେ। ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଏଫ୍‌ଆର୍‌ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଇତିମଧ୍ୟରେ ଆପ୍ରୋଚ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ ସ୍ଥାପନ ସହ ଏଟିସି ଅଧିକାରୀଙ୍କ ତାଲିମ ସଂପନ୍ନ ହୋଇସାରିଛି। ଗତ ୨୧ ତାରିଖରୁ ଦୁଇ ଜଣ ଏଟିସି ଅଧିକାରୀ ରାଉରକେଲାରେ ଯୋଗଦେଇସାରିଲେଣି। ଏଏଆଇ ପକ୍ଷରୁ ଆନୁଷ୍ଠାନିକ ଅନୁମତି ମିଳିବାପରେ ପୂର୍ବବତ ବିମାନସେବା ଅବ୍ୟାହତ ରହିବ। ଏଡାସହ ଆଇଏଲ୍‌ଏସ୍‌ ପାଇଁ ମଧ୍ୟ ବାଟ ଫିଟିଛି। ତେବେ ନିର୍ଦ୍ଦିଷ୍ଟ କେବେସୁଦ୍ଧା ଏଠାରେ ଆଇଏଲ୍‌ଏସ୍‌ ସ୍ଥାପନ ହେବ ତାହା ସ୍ପଷ୍ଟ ହୋଇନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    27 %
    2.2kmh
    61 %
    Fri
    26 °
    Sat
    26 °
    Sun
    26 °
    Mon
    27 °
    Tue
    26 °

    ସମ୍ବନ୍ଧିତ