Sunday, October 4, 2026
24.3 C
Odisha

    ଡ୍ରୋନ୍‌ ମାଧ୍ୟମରେ ୭୦କିମି ଦୂରକୁ ଯାଇ ପରୀକ୍ଷାମୂଳକ ସେବା ଯୋଗାଇଲା ଭୁବନେଶ୍ବର ଏମ୍ସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରକ୍ତର ଅଭାବ କାରଣରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି। ରୋଗୀ ପାଇଁ ମହଜୁଦ ପରିମାଣର ରକ୍ତ ନମିଳିବା ଅଥବା ଠିକ୍‌ ସମୟରେ ନ ପହଞ୍ଚିବା କାରଣରୁ ରୋଗୀମାନଙ୍କର ମୃତ୍ୟୁ ହେଉଥିବା ଅନେକ ଥର ଅଭିଯୋଗ ହେଉଛି। ଅନ୍ୟପଟରେ ରୋଗୀଙ୍କ ଆବଶ୍ୟକତା ଅନୁସାରେ ସବୁ ଡାକ୍ତରଖାନାରେ ରକ୍ତ ଉପଲବ୍ଧ ହୋଇପାରୁ ନଥିବାରୁ ଭୁବନେଶ୍ବର ଏମ୍ସ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ରକ୍ତ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି। ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ସେବା ପରୀକ୍ଷଣ କରାଯାଇଛି।

    ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରକ୍ତ ୟୁନିଟକୁ ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ଟାଙ୍ଗୀ ଅଂଚଳକୁ ପଠାଯାଇଛି। ରକ୍ତ ପଂହଚାଇ ସେହି ଡ୍ରୋନ୍ ସୁରକ୍ଷିତ ଭାବେ ଫେରିଆସିଛି। ଆଗାମୀ ଦିନରେ ସମସ୍ତ ପରୀକ୍ଷଣ ସଫଳ ହେଲେ ଏହି ସେବାକୁ ବ୍ୟାପକ କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି। ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ ଥର ପାଇଁ କରାଯାଇଛି। ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି। ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ