Tuesday, October 13, 2026
24.9 C
Odisha

    ନିଲମ୍ବନ ପ୍ରତ୍ୟାହୃତ: ତିନି ନିଲମ୍ବିତ ନେତା କଂଗ୍ରେସ ଦଳକୁ କଂଗ୍ରେସ ଫେରିଲେ

    ଆଗକୁ ପଢନ୍ତୁ

    କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଲା। ଏହି ନିଲମ୍ବିତ ନେତା କଂଗ୍ରେସ ଦଳକୁ କଂଗ୍ରେସ ଫେରିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର ତିନି ନେତାଙ୍କ ନିଲମ୍ବନ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିଛନ୍ତି।
    ସୂଚନାଯୋଗ୍ୟ, ପ୍ରଭାରୀ ଦାୟିତ୍ବ ନେବା ପରେ ଦ୍ବିତୀୟ ଥର ଲାଗି ଓଡ଼ିଶାକୁ ଆସିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। କଂଗ୍ରେସରୁ ନିଲମ୍ବିତ ତିନି ନେତା ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଓ ଅଜୟ କୁମାରଙ୍କ ମଧ୍ୟରେ ଗତକାଲି ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏଥିସହିତ ତିନି ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।

    ଗତବର୍ଷ ଜୁଲାଇ ମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। ଏହାକୁ ନେଇ ଦଳରେ କମ୍ପନ ସୃଷ୍ଟି ହୋଇଥିଲା। ଦୁଇ ନେତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହାକୁ ନେଇ ଆଲୋଚନା ହେଉଥିବା ବେଳେ ଦଶହରା ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ମୋକିମ୍ ଏକାଠି ହେବା ଏହି ଆଲୋଚନାକୁ ନୂଆ ମୋଡ଼ ଦେଇଥିଲା। ପରେ ଦଳର ଶୀର୍ଷ ନେତୃତ୍ବ ଆଗରୁ କହିଥିଲେ ଯେ ପୁରୁଣା ନେତାଙ୍କୁ ଫେରାଇ ଅଣାଯିବ। ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପରିବାର ଓ ପୂର୍ବତନ ସାଂସଦ ସଞ୍ଜୟ ଭୋଇ କଂଗ୍ରେସକୁ ଫେରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.9 ° C
    24.9 °
    24.9 °
    76 %
    1.5kmh
    77 %
    Tue
    25 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ