Saturday, April 25, 2026
39.2 C
Odisha

    ରାଜ୍ୟରେ ଆଳୁ ସଙ୍କଟ: ସରକାରଙ୍କୁ ୨୪ ଘଣ୍ଟା ଦେଲା ନାଗରିକ ସୁରକ୍ଷା ମଞ୍ଚ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ଆଳୁ ସଙ୍କଟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନାଗରିକ ସୁରକ୍ଷା ମଞ୍ଚର ୨୪ ଘଣ୍ଟିଆ କଣ୍ଟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଳୁ ସମସ୍ୟା ନ ତୁଟିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଲା ନାଗରିକ ସୁରକ୍ଷା ମଞ୍ଚ। ଆଳୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ଆବଶ୍ୟକତା। ମାସେ ହେଲାଣି ଏ ସରକାର ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ଶହେ ଟଙ୍କାରେ ତିନି କିଲୋ ଆଳୁ ଗୋଟିଏ ଦିନ ଦେଇ ରହିଗଲେ। ଗରିବ ଭାଇ ମାନେ ପଖାଳ ଭାତ ଆଳୁ ଶିଝା ଖାଇ କାମକୁ ଯାଆନ୍ତି। ଏବେର ସରକାର ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛନ୍ତି। ଦିନେ ଅଧେ ଆଳୁ ଦେଇ ଅଫିସର ମାନେ ଫଟୋ ଉଠାଉଥିଲେ। ଏବେ ସେମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ ସଭାପତି କୃଷ୍ଣଚନ୍ଦ୍ର ପତି।, ଆଳୁ ପ୍ରସଙ୍ଗକୁ ନେଇ ଓଡିଶା ବ୍ୟବସାୟୀ ମହାସଂଘର ପ୍ରତିକ୍ରିୟା ଆସିଛି। ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ୪୮ ଘଣ୍ଟିଆ କଣ୍ଟ ପରେ ବି ସେଠାକାର ସରକାର କିଛି ଶୁଣିଲେନି। ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ବ୍ୟବସାୟୀ, ଚାଷୀ ଓ ଶୀତଳଭଣ୍ଡାର ମାଲିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ପଶ୍ଚିମବଙ୍ଗ ସରକାର ବ୍ୟବସାୟୀଙ୍କ କଥାକୁ ଗ୍ରହଣ କରି ନ ଥିବାରୁ ଏହି ବୈଠକ ପରେ ପଶ୍ଚିମବଙ୍ଗ ବ୍ୟବସାୟୀ ମାନେ ଆଳୁ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ଯାହାକି ଆଜି ରାତି ସୁଦ୍ଧା ଜଣାପଡିବ ବୋଲି ଓଡିଶା ବ୍ୟବସାୟୀ ମହାସଂଘ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    39.2 ° C
    39.2 °
    39.2 °
    16 %
    1.7kmh
    78 %
    Sat
    43 °
    Sun
    43 °
    Mon
    44 °
    Tue
    44 °
    Wed
    41 °

    ସମ୍ବନ୍ଧିତ