କଟକ : କଟକ କଲେଜ ଛକ ନିକଟରେ ଏକ ପରିତ୍ୟକ୍ତ ଗାଡ଼ିରେ ନିଆଁ ଲାଗିବାକୁ ନେଇ ଚର୍ଚ୍ଚା । ନିକଟରେ ଥିବା ଆବର୍ଜନା ଗଦାରେ ନିଆଁ ଲାଗିବା ପରେ ଏହା ପରିତ୍ୟକ୍ତ ଗାଡ଼ିକୁ ବ୍ୟାପିଥିବା ସନ୍ଦେହ କରାଯାଉଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଜୋବ୍ରା ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ରର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ କଟକ ଓ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଟିମ୍ ମଧ୍ୟ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହୋଇଥିଲେ । ଆବର୍ଜନା ଗଦାରେ ନିଆଁ ଲାଗିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏନେଇ ସବିଶେଷ ତଥ୍ୟ ମିଳିନାହିଁ ।
ଅନ୍ୟପଟେ, ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନଥିବା କଟକ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପରିତ୍ୟକ୍ତ ଗାଡ଼ିଟି କେତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ଆବର୍ଜନା ଜମା କରାଯାଉଥିବା ସ୍ଥାନରେ ଅସାବଧାନତା ଯୋଗୁଁ ନିଆଁ ଲାଗିବା ଭଳି ଘଟଣାକୁ ଏଡ଼ାଇବା ପାଇଁ ସତର୍କତା ଅବଲମ୍ବନ ଜରୁରୀ ।
