Wednesday, June 18, 2025
24.9 C
Odisha

ରାଜ୍ୟରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର

ଆଗକୁ ପଢନ୍ତୁ

ଭୁବନେଶ୍ଵର : ରାଜ୍ୟରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ୩୦ଟି ଜିଲ୍ଲାର ୩୦ ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍‌ଘାଟିତ ହୋଇଛି। ଆଜି ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ।

ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ଜିଲ୍ଲାର କ୍ରୀଡ଼ା ଓ ସଂସ୍କୃତିକୁ ଗୁରୁତ୍ବ ଦିଆଯିବ। ସେଣ୍ଟରଗୁଡ଼ିକରେ ବାର୍ଷିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର ପାଇଁ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ। ରାଜ୍ୟ ସ୍ତରୀୟ, ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସ୍ଥାନୀୟ ଅଞ୍ଚଳର ପୂର୍ବତନ ଖେଳାଳୀମାନେ ପ୍ରଶିକ୍ଷକ ରହିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ସହଯୋଗରେ ଏହି ୩୦ଟି ସେଣ୍ଟର ଖୋଲାଯାଇଛି।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.9 ° C
24.9 °
24.9 °
80 %
0.6kmh
100 %
Wed
25 °
Thu
26 °
Fri
31 °
Sat
32 °
Sun
34 °

ସମ୍ବନ୍ଧିତ