Friday, October 2, 2026
22.2 C
Odisha

    କେଦାରନାଥ ଧାମରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ଘରକୁ ଗଲେ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆଲ୍ଲିପୁର ଗାଁରୁ ତୀର୍ଥଯାତ୍ରାରେ ଯାଇଥିବା ମହିଳା କେଦାରନାଥରୁ ଫେରିବା ରାସ୍ତାରେ ଆର ବେବି(୬୧) ଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଆଜି ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ବର୍ଗତ ବେବିଙ୍କ ଆଲ୍ଲିପୁର ସ୍ଥିତ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ଗତ ୬ ତାରିଖରେ ମୃତକ ବେବି ଗାଁ ସମେତ ଆଖପାଖ ଅଞ୍ଚଳର ପ୍ରାୟ ୩୦ ତୀର୍ଥଯାତ୍ରୀଙ୍କ ସହ କେଦାରନାଥ ସହ ଅନ୍ୟାନ୍ୟ ଧାମ ଭ୍ରମଣରେ ଯାଇଥିଲେ। ଗତ ୧୨ ତାରିଖରେ କେଦାରନାଥ ଧାମ ଦର୍ଶନ କରି ଝୋଲାରେ ତଳକୁ ଆସୁଥିବା ବେଳେ ହଠାତ୍ ଦୁଇଟି ଘୋଡ଼ା ମଧ୍ୟରେ ଗଣ୍ଡଗୋଳ ହେବାରୁ ବେବି ଝୋଲାରୁ ପଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ମେଡ଼ିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ନେଇ ପରିବାର ବର୍ଗଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ବଛଳ ନଥିବାରୁ ଘଟଣା ନେଇ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଯୋଗାଯୋଗ କରିବା ସହ ମୃତଦେହକୁ ଗାଁକୁ ଆଣିବାକୁ ନେହୁରା ହୋଇଥିଲେ। ଖବର‌ ପାଇବା ପରେ ମନ୍ତ୍ରୀ ଶ୍ରୀ ଜେନା ଉତ୍ତରାଖଣ୍ଡ ସରକାରଙ୍କ ସହ କଥା ହୋଇ ସସମ୍ମାନେ ଓଡ଼ିଶାକୁ ଫେରାଇବାକୁ ନିବେଦନ କରିଥିଲେ। ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ବେବିଙ୍କ ଶବ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ପଠାଇବା ସହ ଶନିବାର ଅପରାହ୍ନରେ ଦିଲ୍ଲୀରୁ ଏକ ବିମାନ ଯୋଗେ ଭୂବନେଶ୍ବର ପହଞ୍ଚିଥିଲା। ଭୁବନେଶ୍ବରରୁ ଏକ ଆମ୍ବୁଲାନ୍ସ ଯୋଗେ ରାତି ୧୨ ଟାରେ ଗାଁରେ ପହଞ୍ଚିବା ପରେ ପରିବାର ପକ୍ଷରୁ ଶବ ସତ୍କାର କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ