Saturday, July 27, 2024
24.6 C
Odisha

    ରାଷ୍ଟ୍ରହିତ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା । କେଜ୍ରିୱାଲଙ୍କୁ ନେଇ ଏଭଳି ଟିପ୍ପଣୀ କଲେ ହାଇକୋର୍ଟ । ରାଷ୍ଟ୍ରୀୟ ହିତ ଓ ସାର୍ବଜନିକ ହିତ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହୁଥିବା କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ଅନୁପସ୍ତିତ ରହିବା ଅନୁଚିତ୍‌ । କେଜ୍ରିୱାଲଙ୍କ ଗିରଫଦାରୀ ପରେ ଯଦି କେହି ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁଛନ୍ତି ତେବେ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଅନିଶ୍ଚିତତା କାଳ ପର୍ଯ୍ୟନ୍ତ ଅନୁପସ୍ଥିତ ରହିବେ । ହାଇକୋର୍ଟ କେଜ୍ରିୱାଲଙ୍କୁ ପରାମର୍ଶ ଦେଇ କହିଛନ୍ତି କେବଳ ଦିଲ୍ଲୀ ଏକ ବ୍ୟସ୍ତବହୁଳ ରାଜଧାନୀ ନୁହେଁ ବରଂ ଅନ୍ୟ କୌଣସି ରାଜ୍ୟର ଔପଚାରିକ ଭାବେ ମୁଖ୍ୟମନ୍ତ୍ରୀ ପଦ ନୁହେଁ । ଏହା ଏଭଳି ଏକ ପଦ ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ପଦଧାରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବା ସଙ୍କଟକୁ ମୁକାବିଲା କରିବା ପାଇଁ ୨୪ ଘଣ୍ଟା ଓ ସାତ ଦିନ ଉପଲବ୍ଧ ରହିବାକୁ ପଡିଥାଏ । ସେପଟେ ହାଇକୋର୍ଟଙ୍କ ଟିପ୍ପଣୀ ପରେ ଆପ୍‌ କହିଛି ଯେ ଅରବିନ୍ଦ କେଜ୍ରିୱାଲ ହିଁ ଦିଲ୍ଲାର ମୁଖ୍ୟମନ୍ତ୍ରୀ ରହିବେ । ସାଂସଦ ସଞ୍ଜୟ ସିଂ କହିଛନ୍ତି କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ, ଅଛନ୍ତି ଆଉ ରହିବେ । ଏହି ହାଇକୋର୍ଟ ପୂର୍ବରୁ କେଜ୍ରିୱାଲଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ଜନହିତକର ଯାଚିକାକୁ ଖାରଜ କରିଥିବାବେଳେ ଏବେ ଓଲଟା ପରାମର୍ଶ ଦେଉଥିବା ସାଂସଦ ସମାଲୋଚନା କରିଛନ୍ତି । ମଦ ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ଗତ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ କେଜ୍ରିୱାଲ । ବର୍ତ୍ତମାନ ସେ ବିଚାର ବିଭାଗୀୟ ହେପାଜତରେ ତିହାର ଜେଲରେ ସଜା କାଟୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ