Thursday, March 12, 2026
25.8 C
Odisha

    ରାସ୍ତା ପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ,, ଜଣେ ମୃତ

    ଆଗକୁ ପଢନ୍ତୁ

    ଯୁଯୁମୁରା   : ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଆଜି ଭୋର ପ୍ରାୟ ୫ଟାରେ ରାସ୍ତା ପାର୍ଶ୍ବରେ ଛିଡ଼ା ଥିବା ହାଇୱାର ପଛ ପଟେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଗୁରୁତରଙ୍କ ସହ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡ଼ାକ୍ତରଖାନାକୁ ପଠାଇଥିଲେ ।

    ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍‌ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତମାସ ୨୫ତାରିଖରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ନୂଆ ୧୦୮ ଆମ୍ବୁଲାନ୍‌ସ ଆସିବା ପ୍ରକ୍ରିୟା ଆରମ୍ଭ ହେବ। ‌ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଆମ୍ବୁଲାନ୍‌ସ ସଂସ୍ଥା ପ୍ରଦାନ କରିବ। ରାଜ୍ୟରେ ଗଡ଼ୁଥିବା ଅଧିକାଂଶ ୧୦୮ ଆମ୍ବୁଲାନ୍‌ସ ପୁରୁଣା ହୋଇସାରିଛି। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ହଟାଇବା ପାଇଁ ଦୀର୍ଘଦିନରୁ ସରକାରୀ ସ୍ତରରେ ଆଲୋଚନା ଚାଲିଥି‌ଲା। ଗତ କ୍ୟାବିନେଟ୍‌ ବୈଠକରେ ୪୨୮ଟି ଆମ୍ବୁଲାନ୍‌ସ କିଣାକୁ ମଞ୍ଜୁରି ମିଳିଥିଲା। ଏଥିରେ ୪୨୧ଟି ୧୦୮ ଆମ୍ବୁଲାନ୍‌ସ, ପରିବହନ ବିଭାଗର ୫ଟି ଏଏଲ୍‌ଏସ୍‌ ଓ ଝାରସୁଗୁଡ଼ା କାର୍ଡିଆକ୍‌ ହସ୍‌ପିଟାଲ ପାଇଁ ୨ଟି ଏଏଲ୍‌ଏସ୍‌ ଆମ୍ବୁଲାନ୍‌ସ ରହିଛି। ଏସବୁ ପାଇଁ ୧୧୯ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    18 %
    2.3kmh
    0 %
    Thu
    26 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ