Thursday, March 12, 2026
22 C
Odisha

    ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ପାଇଁ ଆସିଲା ଅନ୍ତରୀଣ ରିପୋର୍ଟ

    ଆଗକୁ ପଢନ୍ତୁ

    ଭୁବନଶ୍ବର : ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ପାଇଁ ଆସିଲା ଅନ୍ତରୀଣ ରିପୋର୍ଟ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଲିଙ୍ଗରାଜ ମନ୍ଦିର ସ୍ବତ୍ବଲିପି କମିଟିର ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । ଜଷ୍ଟିସ ଡି ପି ଚୌଧୁରୀଙ୍କ ଅଧକ୍ଷତାରେ ଗଠିତ ଲିଙ୍ଗରାଜ ମନ୍ଦିର ସ୍ବତ୍ବଲିପି କମିଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । ସବୁ ନିଯୋଗର ପୁରାତନ ନଥିପତ୍ରକୁ ନେଇ ଜଷ୍ଟିସ ଡି ପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ରିପୋର୍ଟ ପ୍ରସ୍ତୁତ କରିଛି ।

    ରିପୋର୍ଟକୁ ଆଇନ ବିଭାଗ ତର୍ଜମା କରି ମୁୁଖ୍ୟମନ୍ତ୍ରୀଙ୍କୁ ଏହି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବ । ଖୁବ ଶୀଘ୍ର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ଆଇନ ଆସିଲେ ଲିଙ୍ଗରାଜ ମନ୍ଦିର ସେବା, ନୀତି ଓ ପର୍ବପର୍ବାଣୀ ଶୃଙ୍ଖଳିତ ହେବ । ବିଶେଷକରି ନୀତିକାନ୍ତି ସୁରୁଖୁରୁରେ ପରିଚାଳିତ ହେବ। ନୀତିକାନ୍ତି ଶୃଙ୍ଖଳିତ ସହ ବିଶୃଙ୍ଖଳାର କାରଣ ସଂପର୍କରେ ରିପୋର୍ଟରେ ପ୍ରଦାନ କରାଯାଇଥିବା କହିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ଡି ପି ଚୌଧୁରୀ ।

    ଐତିହାସିକ, ଏଏସଆଇ, ଓଡ଼ିଶା ଷ୍ଟେଟ୍ ଲାଇବ୍ରେରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରୁ ଲିଙ୍ଗରାଜ ମନ୍ଦିର ସେବା, ନୀତି, ନିଯୋଗ ଓ ପର୍ବପର୍ବାଣି ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ସେହି ପ୍ରାଥମିକ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଜଷ୍ଟିସ ଡି ପି ଚୌଧୁରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    2.2kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    38 °
    Mon
    37 °

    ସମ୍ବନ୍ଧିତ