Thursday, August 13, 2026
27.5 C
Odisha

    ୮୩ ଟି ଜୀବନ୍ତ କଇଁଛ ଉଦ୍ଧାର

    ଆଗକୁ ପଢନ୍ତୁ

    ନବରଙ୍ଗପୁର : ୮୩ଟି ଜୀବନ୍ତ କଇଁଛ ଉଦ୍ଧାର କରି ଦୁଇ ଚାଲାଣକାରିଙ୍କୁ ଗିରଫ କଲା ବନ ବିଭାଗ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅଧୀନ ମୈଦଲପୁର ବନବିଭାଗ ଦ୍ୱାରା ୮୩ ଗୋଟି ଜୀବନ୍ତ କଇଁଛ ଉଦ୍ଧାର କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ୟବହୃତ ଏକ ବାଇକ ଜବତ କରାଯାଇଛି । ଦୁଇ ଚାଲାଣକାରୀ ହେଲେ ଡାବୁଗାଁ ଥାନା ଚାଟିଗୁଡା ଗ୍ରାମର ପବିତ୍ର ସରକାର (୩୦) ଓ ରାମ ପ୍ରସାଦ ସରକାର(୩୪) ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

    ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଆମପାଣି ଠାରୁ ଚାଟିଗୁଡାକୁ ଚାଲାଣ କରୁଥିବା ସମୟରେ ମୈଦଲପୁର ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ମୈଦଲପୁର ନିକଟରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୮୩ ଗୋଟି ଜୀବନ୍ତ କଇଁଛ ଥିବା ଜାଣି ଉଦ୍ଧାର କରିଥିଲେ । ଦୁଇ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବାରୁ କଇଁଛ ଚାଲାଣ ହଉଥିବା ଜାଣିବାକୁ ପାଇଥିଲେ । ଘଟଣାସ୍ଥଳରୁ କଇଁଛ ଉଦ୍ଧାର କରିବା ସହ ବ୍ୟବହୃତ ବାଇକ ଜବତ କରି ଦୁଇ ଚାଲାଣ କାରୀ ଗିରଫ କରାଯାଇଛି । ଓଆର ନଂ ୨୨୭/୨୦୨୫-୨୬ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    83 %
    2.4kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ