Thursday, March 12, 2026
28.7 C
Odisha

    ଶୀତଦିନେ ମୁହଁରେ ମୁଲତାନି ମାଟି ଲଗାଇବାର ଜାଣନ୍ତୁ ସଠିକ୍ ଉପାୟ

    ଆଗକୁ ପଢନ୍ତୁ

    ତ୍ୱଚାର ଯତ୍ନ ପାଇଁ ମୁଲତାନି ମାଟିକୁ ଏକ ପୁରୁଣା ଏବଂ ସର୍ବୋତ୍ତମ ଘରୋଇ ଉପଚାର ଭାବରେ ବିବେଚନା କରାଯାଏ । ଗରମ ଦିନରେ ଏହା ତ୍ୱଚାରେ ଥିବା ଅଧିକ ତେଲ ଶୋଷଣ କରିବା ସହ ତ୍ୱଚାକୁ ଥଣ୍ଡା ରଖିଥାଏ । କିନ୍ତୁ ଯେତେବେଳେ ଶୀତ ଋତୁ କଥା ଆସେ ସେତେବେଳେ ପ୍ରାୟତଃ ଆମ ମନରେ ପ୍ରଶ୍ନ ଆସେ କଣ ଥଣ୍ଡାରେ ବି ମୁଲତାନି ମାଟିର ବ୍ୟବହାର କରିବା ଉଚିତ କି? ତେବେ ଏହାର ଉତ୍ତର ହେଉଛି ଶୀତଋତୁରେ ମୁଲତାନି ମାଟିର ବ୍ୟବହାର ଚେହେରାର ଆର୍ଦ୍ରତା ଦୂର କରିବା ସହ ଏହାକୁ ଅଧିକ ଶୁଷ୍କ କରିଦେଇଥାଏ । କିନ୍ତୁ କିଛି ଜିନିଷକୁ ଧ୍ୟାନରେ ରହି ଆପଣ ଶୀତ ଋତୁରେ ମଧ୍ୟ ଏହାର ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଏହା ବିଷୟରେ ଜାଣିବା । ମୁଲତାନି ମାଟି ପ୍ରକୃତିରେ ଶୁଖିଲା ହୋଇଥାଏ। ଏହା ମୁହଁରୁ ଅତ୍ୟଧିକ ତେଲ ଏବଂ ମଇଳା ବାହାର କରିଦେଇଥାଏ । ଯେଉଁମାନଙ୍କର ସ୍କିନ୍ ତେଲିଆ କିମ୍ବା ଯେଉଁମାନଙ୍କର ବ୍ରଣ ସମସ୍ୟା ରହିଛି ସେମାନଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କ ତ୍ୱଚା ପୂର୍ବରୁ ହିଁ ଡ୍ରାଏ ହୋଇଥାଏ ତେବେ ଆପଣ ମୁଲତାନି ମାଟି ବ୍ୟବହାର କରନ୍ତୁ ନାହିଁ । ଏହି ମାଟି ଡ୍ରାଏ ସ୍କିନରେ ଆର୍ଦ୍ରତା ହ୍ରାସ କରିପାରେ, ଯାହାଦ୍ୱାରା ଚେହେରା ଶୁଷ୍କ ଅନୁଭବ ହୋଇଥାଏ ।

    ଥଣ୍ଡା ପାଗରେ ମୁଲତାନି ମାଟି ବ୍ୟବହାର କରିବାର ସଠିକ୍ ଉପାୟ:

    କ୍ଷୀର କିମ୍ବା ଦହି ସହିତ: ଶୀତଦିନେ ଆପଣ ପାଣି କିମ୍ବା ଗୋଲାପ ଜଳ ବଦଳରେ ଏହାକୁ କଞ୍ଚା କ୍ଷୀର କିମ୍ବା ଦହି ସହିତ ମିଶାଇ ଲଗାନ୍ତୁ । କ୍ଷୀର ଏବଂ ଦହିରେ ନ୍ୟାଚୁରାଲ ଫ୍ୟାଟ ଏବଂ ଲାକ୍ଟିକ୍ ଏସିଡ୍ ଥାଏ ଯାହା ତ୍ୱଚାକୁ ନରମ ରଖିବା ସହ ଶୁଷ୍କତାକୁ ରୋକିବ ।

    ମହୁ ଏବଂ ତେଲ: ଏକ ମୁଲତାନି ମାଟି ପ୍ୟାକରେ ୧ ଚାମଚ ମହୁ କିମ୍ବା କିଛି ବୁନ୍ଦା ଅଲିଭ୍ ତେଲ ମିଶାନ୍ତୁ । ଏହା ତ୍ୱଚାକୁ ପୋଷଣ ଯୋଗାଇବା ସହ ସ୍କିନକୁ ନରମ ମଧ୍ୟ ରଖିବ।

    ବ୍ୟବହାର ପରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ:

    -ଥଣ୍ଡା ପାଗରେ ମୁଲତାନି ମାଟି ପ୍ୟାକ୍ କୁ ସମ୍ପୂର୍ଣ୍ଣ ସୁଖିବାକୁ ଦିଅନ୍ତୁ ନାହିଁ । ଯେତେବେଳେ ଏହା ଅଧା ଶୁଖିଲା ହୋଇଯାଏ ସେତେବେଳେ ମୁହଁ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚା ନରମ ରହିବ ।

    -ଶୀତ ଋତୁରେ ସପ୍ତାହରେ ଥରେ ମୁଲତାନି ମାଟି ବ୍ୟବହାର କରନ୍ତୁ ଏବଂ ଏହାକୁ ୧୦ ମିନିଟରୁ ଅଧିକ ସମୟ ମୁହଁରେ ରଖନ୍ତୁ ନାହିଁ । ପ୍ୟାକ୍ ଧୋଇବା ପରେ ତୁରନ୍ତ ମୁହଁରେ ମଶ୍ଚରାଇଜର ଲଗାନ୍ତୁ ।

    -ଯଦି ଆପଣ ସଠିକ୍ ମଶ୍ଚରାଇଜିଂ ଏଜେଣ୍ଟ ସହିତ ମୁଲତାନି ମାଟିକୁ ମିଶାଇ ଲଗାନ୍ତି, ତେବେ ଏହା ଶୀତ ଋତୁରେ ମଧ୍ୟ ଆପଣଙ୍କ ତ୍ୱଚାକୁ ସୁସ୍ଥ ଏବଂ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    15 %
    2.6kmh
    0 %
    Thu
    31 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ