Thursday, October 15, 2026
23.8 C
Odisha

    ଆଉ ନାହାନ୍ତି ତାମିଲ ଅଭିନେତା ଥକାଲି ଶ୍ରୀନିବାସନ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ  : ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ନିର୍ମାତା, ନିର୍ଦେଶକ ତଥା ସଙ୍ଗୀତ ନିର୍ଦେଶକ ଥକାଲି ଶ୍ରୀନିବାସନଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଏବଂ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବୁଧବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

    ଥକାଲି ଶ୍ରୀନିବାସନ କେବଳ ଜଣେ ଅଭିନେତା ନୁହନ୍ତି, ବରଂ ତାମିଲ ସିନେମା ଜଗତର ଜଣେ ବହୁମୁଖୀ ପ୍ରତିଭା ଥିଲେ। ସେ ‘ନାଲାୟା ମନିଥାନ’ ଏବଂ ‘ଅତିଶୟା ମନିଥାନ’ ଭଳି ଚଳଚ୍ଚିତ୍ର ନିର୍ମାଣ କରି ବେଶ୍ ଲୋକପ୍ରିୟ ହୋଇଥିଲେ। ଏହା ବ୍ୟତୀତ ‘ଜେନ୍ମା ନାଚାଥିରାମ’ ଏବଂ ‘ୱିଟନେସ’ ଭଳି ଚଳଚ୍ଚିତ୍ରର ନିର୍ଦେଶନା ମଧ୍ୟ ଦେଇଥିଲେ। ସେ କମଲ ହାସନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁରା ସମହାରମ୍’ ରେ ଖଳନାୟକ ଭୂମିକାରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ