Thursday, March 12, 2026
25.8 C
Odisha

    ଶୀତରେ ତ୍ବଚାର କିପରି ନେବେ ଯତ୍ନ, ଏମିତି ଆପଣାନ୍ତୁ ସଜହ ଉପାୟ

    ଆଗକୁ ପଢନ୍ତୁ

    ଶୀତଦିନରେ ଚର୍ମ ଶୁଖିଲା ହୋଇଯାଏ। ଏହି ସମୟରେ ତ୍ବଚାଠାରୁ ଆରମ୍ଭ କରି କେଶ, ନଖ ପ୍ରଭୃତିର ଯତ୍ନ ନେବା ନିହାତି ଦରକାର। ଶୀତଦିନରେ ପାଦ ଫାଟିବା ,ଓଠ ଫାଟିବା ଓ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଫାଟିବା ଭଳି ଅନେକ ସମସ୍ୟା ଦେଖାଦିଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆମକୁ କିଛି ସରଳ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ରୋଷେଇ ଘରର କିଛି ଓ ବାଡ଼ିବଗିଚାରୁ କିଛି ସରଞ୍ଜାମକୁ ବ୍ୟବହାର କରି ଆମେ ଶରୀର ତ୍ୱଚାକୁ କୋମଳ ରଖିପାରିବା। ଆସନ୍ତୁ ଜାଣିବା

    1. ଯଦି ଆପଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଏହା ଶୀତ ଦିନେ ବନ୍ଦ କରିଦିଅନ୍ତୁ। କାରଣ ସାବୁନରେ ରହୁଥିବା କାଷ୍ଟିକ ସୋଡ଼ା ତ୍ୱଚାକୁ କଳା ପକାଇବା ସହ ଏହାକୁ ଶୁଖିଲା କରେଇ ଦେଇଥାଏ। ଏହା ବଦଳରେ ଆପଣ ଘରେ ଥିବା ଦେଶୀ ଗାଈର କ୍ଷୀର ୫୦ ଗ୍ରାମକୁ ଶରୀରରେ ମାଲିସ୍ କରନ୍ତୁ ଓ ଅଧଘଣ୍ଟା ଛାଡ଼ିଦିଅନ୍ତୁ। ଏହାପରେ ଗାଧାନ୍ତୁ। ଦେଖିବେ ଆପଣଙ୍କ ଶରୀର ସପୂର୍ଣ୍ଣ ସଫା ହେଇଯିବ।
    2. ଥଣ୍ଡା ଦିନେ ବାଦାମ ତେଲ ତ୍ୱଚା ପାଇଁ ଖୁବ୍ ଲାଭଦାୟକ ଅଟେ। କୋମଳ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ବାଦାମତେଲ ମାଲିସ୍ କରି ଶୁଅନ୍ତୁ।
    3. ଗାଧୋଇବା ପରେ ନଡ଼ିଆ ତେଲ କିମ୍ବା ବଡିଲୋସନ୍କୁ ତ୍ୱଚାରେ ଭଲ ଭାବେ ମାଲିସ କରନ୍ତୁ। ଏହା ଦ୍ବାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ନାହିଁ।
    4. ଚେହେରା ଧୋଇବା ସମୟରେ ଅଧିକ ଥଣ୍ଡା କିମ୍ବା ଗରମ ପାଣି ବ୍ୟବହାର କରନ୍ତୁ ନାହିଁ।
    5. ଓଠ ଫଟା ଓ ଶୁଖିଲା ତ୍ୱଚା ପାଇଁ ସବୁଦିନ ଶୋଇବା ପୂବର୍ରୁ ମଲେଇ, ଗୋଲାପ ଜଳ ଓ ଲେମ୍ବୁ ରସକୁ ଭଳ ଭାବେ ମିଶାଇ ମାଲିସ୍ କରନ୍ତୁ।
    6. ଗ୍ଲିସେରିନ୍, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣ ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ଏବଂ ଗୋରା ଦେଖାଯାଏ।
    7. ଶୀତଦିନେ ସକାଳ ସମୟରେ ଖରାରେ ନିଶ୍ଚୟ ବସନ୍ତୁ। ତେବେ ଏହାପୂର୍ବରୁ ସନସ୍କ୍ରିନ ନିଶ୍ଚୟ ଲଗାନ୍ତୁ।
    8. ଦହିକୁ ପ୍ରାକୃତିକ ମଇଶ୍ଚରାଇଜର କୁହାଯାଏ। ତେଣୁ ସପ୍ତାହକୁ ୨ ରୁ ୩ ଥର ଦହିକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    18 %
    2.3kmh
    0 %
    Thu
    26 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ