Monday, March 16, 2026
35.9 C
Odisha

    ଶ୍ରୀମନ୍ଦିର ଭିତରେ ସେବାୟତ ହାତାହାତି: ଜଣେ ଆହତ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ଭିତରେ ସୋମବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ଦେବାୟତ ହାତାହାତି ହେଇଛନ୍ତି । ହାତାହାତି ଘଟଣାରେ ଜଣେ ବରିଷ୍ଟ ସେବାୟତ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବେହରଣ ଦାର ନିକଟରେ ଭକ୍ତଙ୍କୁ ପ୍ରସାଦ ଦେବାକୁ ନେଇ ସେବାୟତ ପରିବାର ମଧ୍ୟରେ ହାତାହାତି ହୋଇଥିବା ଜଣାପଡ଼ିଛି । ତେବେ ଖବର ପାଇ ସିଂହଦ୍ୱାର ଥାନା ପୋଲିସ ସେବାୟତଙ୍କୁ ଥାନାକୁ ଆଣିଥିଲେ ମଧ୍ୟ ଥାନା ମଧ୍ୟରେ ପୋଲିସ ଉପସ୍ଥିତିରେ ପୁଣି ଦୁଇ ସେବାୟତ ହାତାହାତି ହୋଇଥିବା ନେଇ ଜଣାପଡ଼ିଛି । ତେବେ ଦୁଇ ସେବାୟତ ହେଉଛନ୍ତି ବିଶନାଥ ଖୁଣ୍ଟିଆ ଓ ମଦନ ଖୁଣ୍ଟିଆ। ତେବେ ବିଶନାଥ ଖୁଣ୍ଟିଆଙ୍କ ମୁହଁରେ ଆଘାତ ଲାଗିଥିବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମ୍ପର୍କରେ ଉଭୟ ଭାଇ ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    20 %
    5.4kmh
    90 %
    Mon
    35 °
    Tue
    38 °
    Wed
    38 °
    Thu
    36 °
    Fri
    33 °

    ସମ୍ବନ୍ଧିତ