Tuesday, October 6, 2026
25.1 C
Odisha

    ସକାଳେ ସରିଲା ନିର୍ବନ୍ଧ ମଧ୍ୟାହ୍ନରେ ଜୀବନ ହାରିଲେ ଯବାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌରରେ ପିଏସିର ଜଣେ ଯବାନଙ୍କ ମୃତଦେହ ଗଛରୁ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଉଦ୍ଧାର ବେଳେ ଯବାନଙ୍କ ଦୁଇହାତ ପଛରେ ବନ୍ଧାଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକ ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି।ସୂଚନାଯୋଗ୍ୟ, ବିଜନୌରର ଅଫଜଲଗଢ଼ର ଯବାନ ଲୋକେନ୍ଦ୍ର ମୁରାଦାବାଦର ନବମ ବାଟାଲିୟନରେ ଚାକିରି କରୁଥିଲେ। ତାଙ୍କର ଡିୟୁଟି ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭ ମେଳାରେ ପଡ଼ିଥିଲା। ଜାନୁଆରି ୧୫ ତାରିଖରେ ତାଙ୍କର ନିର୍ବନ୍ଧ ଥିବାରୁ ସେ ତିନିଦିନର ଛୁଟି ନେଇ ଘରକୁ ଆସିଥିଲେ। ଗତ ବୁଧବାର ଯବାନ ଲୋକେନ୍ଦ୍ରଙ୍କ ଧୁମଧାମରେ ନିର୍ବନ୍ଧ ଶେଷ ହୋଇଥିଲା। ନିର୍ବନ୍ଧ ପରେ ଲୋକେନ୍ଦ୍ରଙ୍କ ବିବାହ ଫେବ୍ରୁଆରି ୧୪ ତାରିଖରେ ହେବା ନେଇ ସ୍ଥିର ହୋଇଥିଲା। ନିର୍ବନ୍ଧ ଶେଷହେବାପରେ ଲୋକେନ୍ଦ୍ର କୌଣସି ଏକ କାମରେ ଘରୁ ବାହାରି ଯାଇଥିଲେ। ଅନେକ ସମୟ ବିତି ଯାଇଥିଲେ ସୁଦ୍ଧା ସେ ଘରକୁ ଫେରି ନଥିଲେ।

    ପରିବାରଲୋକେ ଯବାନ ଲୋକେନ୍ଦ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କ ଫୋନ ସୁଇଜ ଅଫ କହିଥିଲା। ଅନେକ ଖୋଜାଖୋଜି ପରେ ଗ୍ରାମ ନିକଟସ୍ଥ ଏକ ଜମିରେ ଥିବା ଗଛରେ ଯବାନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ଲୋକେନ୍ଦ୍ରଙ୍କ ପରିବାର ସମେତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
    ଏହି ନୋଟ ମିଳିବା ପରେ ପୁଲିସ ତଦନ୍ତ କରୁଛି କି ଲୋକେନ୍ଦ୍ରଙ୍କ ପକେଟରୁ ମିଳିଥିଲା ଚିଠି ସେ ନିଜେ ଲେଖିଛନ୍ତି। ନା କେହି ଜଣେ ଲେଖି ତାଙ୍କ ପକେଟରେ ରଖି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ