Thursday, December 5, 2024
19.7 C
Odisha

    ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ଏଏମ୍‌ଆର୍ ସଚେତନତା ସପ୍ତାହ – ୱା-୨୦୨୪ ପାଳିତ

    ଆଗକୁ ପଢନ୍ତୁ

    ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ, ଫୁଲନଖରା କ୍ୟାମ୍ପସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠାନର ମାଇକ୍ରୋବାୟୋଲୋଜି ବିଭାଗ ତରଫରୁ ବିଶ୍ୱ ଏଏମ୍‌ଆର୍ ସଚେତନତା ସପ୍ତାହ ପାଳନ କରାଯାଇଛି । ଚଳିତ ବର୍ଷର ଥିମ୍ “ଏଜୁକେଟ୍‌, ଆଡଭୋକେଟ୍ ଆଣ୍ଡ ଆକ୍ଟ ନାଓ” ଜରିଆରେ ଲୋକମାନଙ୍କୁ ଆଟିଂବାୟୋଟିକ୍ ବ୍ୟବହାର ଶିକ୍ଷିତ କରାଇବା ଜରୁରୀ ବୋଲି ଗୁରୁତ୍ୱ ଆରୋପ କରାଯାଇଛି । କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଆଂଟିବାୟୋଟିକ୍ ସେବନ କରିବା ଯେତିକି ମାତ୍ରାରେ ଭଲ ସେତିକି ମାତ୍ରାରେ ମଧ୍ୟ ମନ୍ଦ । ଏହାକୁ ଅଧିକ ମାତ୍ରାରେ ସେବନ କଲେ ମଣିଷ ପାଇଁ ହାନିକାରକ ହୋଇଥାଏ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ କହିଥିଲେ ଯେ ନଭେମ୍ବର ୧୮ ତାରିଖ ଠାରୁ ୨୪ ପର୍ଯ୍ୟନ୍ତ ବିଶ୍ୱ ଏଏମ୍‌ଆର୍ ସଚେତନତା ସପ୍ତାହ ପାଳନ ହୋଇଥାଏ । ଏହି ସପ୍ତାହ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଆଂଟିବାୟୋଟିକ୍ ସେବନ ଉପରେ ସଚେତନତା ସୃଷ୍ଟି କରିବା । ସବୁ ହସ୍ପିଟାଲମାନଙ୍କର ଆଟିଂବାୟୋଟିକ୍ ପଲିସି ରହିବା ଜରୁରୀ ବୋଲି ପ୍ରଫେସର (ଡାକ୍ତର) ସ୍ୱାଇଁ କହିଥିଲେ । ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଓ ସିନିୟର୍ କନ୍‌ସଲାଂଟ ଡାକ୍ତର ପୂରବୀ ବରାଳ ଆଂଟିବାୟୋଟିକ୍ ବ୍ୟବହାର ବିଷୟରେ ବିସ୍ତୃତ ତଥ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି, ପୋଷ୍ଟର ଓ ରିଲସ୍ ପ୍ର୍ରତିଯୋଗିତାରେ କୃତି ପ୍ର୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଓ ଲ୍ୟାବ୍ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଦେବାଶିଷ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାଇକ୍ରୋବାୟୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) କ୍ରିତିକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.7 ° C
    19.7 °
    19.7 °
    83 %
    1.1kmh
    17 %
    Thu
    30 °
    Fri
    29 °
    Sat
    30 °
    Sun
    28 °
    Mon
    27 °

    ସମ୍ବନ୍ଧିତ