Monday, October 19, 2026
21.6 C
Odisha

    ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ଉପରେ ଗବେଷଣା କରିବ ମିଳିତ ଜାତିସଂଘ

    ଆଗକୁ ପଢନ୍ତୁ

    ୧୯୯୯ ମସିହାର ମହାବାତ୍ୟା ପରେ ଦୀର୍ଘ ଦୁଇ ଦଶନ୍ଧିର ଏହି ଅବଧିକ ମଧ୍ୟରେ ଓଡ଼ିଶା ଫାଇଲିନ, ହୁଡହୁଡ, ଫନି ପରି ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତେବେ ବନ୍ୟା, ବାତ୍ୟା ଓ ଝଡ଼ ଗୋଟିଏ ପରେ ଗୋଟିଏ ଓଡ଼ିଶାରେ ତାଣ୍ଡବ ରଚିଥିଲେ ହେଁ ଓଡ଼ିଶା ଆଜି ବୀର ଦର୍ପରେ ଅଣ୍ଟା ସଳଖି ଠିଆ ହୋଇ ପାରିଛି । ସେଥିପାଇଁ ପୂର୍ବରୁ ମିଳିତ ଜାତିସଂଘ ତରଫରୁ ଓଡ଼ିଶାକୁ ପ୍ରଶଂସା କରାଯିବା ସହ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । ତେବେ ଏହା ମଧ୍ୟରେ ଓଡ଼ିଶା ପାଇଁ ଆସିଛି ପୁଣି ଏକ ଖୁସି ଖବର ।

    ଜିରୋ କାଜୁଆଲିଟିର ନାରା ଦେଇ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କରି ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଉଦାହରଣ ସାଜିଛି । ପୂର୍ବରୁ ଏଥିପାଇଁ ଓଡ଼ିଶା ଉଚ୍ଚପ୍ରଶଂସିତ ହୋଇଥିବା ବେଳେ ଏବେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ବାବଦରେ ମିଳିତ ଜାତିସଂଘ ଅଧ୍ୟୟନ କରିବାକୁ ଯାଉଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସାରା ବିଶ୍ୱ ପାଇଁ କ’ଣ କ’ଣ ଯୋଜନା ଆବଶ୍ୟକ, ତା’ ଉପରେ ମିଳିତ ଜାତିସଂଘ ଗବେଷଣା କରିବ । ତେଣୁ ବିପର୍ଯ୍ୟୟ ମୁକାବିଲାରେ କାର୍ଯ୍ୟ କରୁଥିବା ବା ନିୟୋଜିତ ବିଭିନ୍ନ ଅଂଶୀଦାରଙ୍କ ସହିତ ଜାତିସଂଘ ଆଲୋଚନା କରିଛି । ଜାତିସଂଘ ଓ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ମିଳିତ ଭାବେ ଏହି ପ୍ରକ୍ରିୟା ଓଡ଼ିଶାରୁ ଆରମ୍ଭ ହୋଇଛି । ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ପ୍ରତିବର୍ଷ ସାମୁଦ୍ରିକ ଝଡ଼ ଓଡ଼ିଶା ମୁହାଁ ହେଉଛି । ସେହି କାରଣରୁ ଓଡ଼ିଶା ଏକାଧିକ ଥର ବନ୍ୟା, ବାତ୍ୟାର ସମ୍ମୁଖୀନ ହେଉଛି । ତେବେ ମିଳିମିଶି, ଗୋଷ୍ଠୀ ସହଭାଗିତାକୁ ପାଥେୟ କରି, ଶୂନ୍ୟ ଜୀବନହାନୀ ମନ୍ତ୍ରକୁ କାର୍ଯ୍ୟକାରୀ କରି ଓଡ଼ିଶା ଏ କ୍ଷେତ୍ରରେ ସଫଳ ହୋଇ ସାରିଛି । ସରକାର ବଦଳିଲେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି । ଫଳରେ ଓଡ଼ିଶା ଆଜି ସାରା ବିଶ୍ୱ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନିଆରା ଉଦାହରଣ ସୃଷ୍ଟି କରିପାରିଛି । ବିଭିନ୍ନ ସମୟରେ କେରଳ, ପଶ୍ଚିମବଙ୍ଗ ପରି ରାଜ୍ୟରେ ବାତ୍ୟା ମୁକାବିଲା ସମୟରେ ଓଡ଼ିଶା ସହଯୋଗର ହାତ ବଢ଼ାଇ ଆସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ