Wednesday, September 30, 2026
28.2 C
Odisha

    ସରିଲା ଧାନ ଅମଳ, ଜିଲ୍ଲାରୁ ଦାଦନର ସୁଅ ଛୁଟିଲା

    ଆଗକୁ ପଢନ୍ତୁ

    ଜିଲ୍ଲାରେ ଧାନ ଅମଳ ସରିଥିବା ବେଳେ ମଣ୍ଡି ମଧ୍ୟ ଏକ ପ୍ରକାର ସରିଆସିଲାଣି। ନିଜ ଅଂଚଳରେ କାମ ଧନ୍ଦାର ଅଭାବ ରହିଥିବାରୁ ପ୍ରତିବର୍ଷ ଏହି ସମୟରେ ପଡୋଶୀ ଆନ୍ଧ୍ରକୁ ଦାଦନ ଖଟିବାକୁ ଜିଲ୍ଲାର ବହୁ ଦୁର୍ଗମ ଅଂଚଳର ଲୋକେ ଯାଇଥାନ୍ତି। ଏହି କ୍ରମରେ ଆଜି ମାଥିଲି ବ୍ଲକର ଦୁର୍ଗମ ନାୟଗୁଡ଼ା ପଞ୍ଚାୟତର ବହୁ ଗ୍ରାମର ଶ୍ରମିକମାନେ କାମ କରିବା ପାଇଁ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଦେଖିବାକୁ ମିଳିଥିଲା।ଦଲାଲମାନେ ଗାଁ ଗାଁ ବୁଲି ଲୋକଙ୍କୁ ଯୋଗାଡ କରିବା ପରେ ସେମାନଙ୍କୁ ବିଭିନ୍ନ କମ୍ପାନିର ଏବଂ କନଷ୍ଟ୍ରକ୍ସନ କମ୍ପାନିରେ କାମରେ ଲଗାଇଥାନ୍ତି। ପୁଣି ଏହି ଶ୍ରମିକମାନେ ବର୍ଷା ହେବା ମାତ୍ରେ ଗାଁକୁ ଫେରନ୍ତି। ବହୁ ସମୟରେ ଦେଖା ଦେଇଛି ଶ୍ରମିକମାନେ ଟଙ୍କା ଲୋଭରେ ବାହାର ରାଜ୍ୟକୁ ଯାନ୍ତି କିନ୍ତୁ ଫେରିବା ସମୟରେ ଟଙ୍କା ନପାଇ ନିର୍ଯାତିତ ହେବାର ବହୁ ନଜିର ରହିଛି। ଏଥିସହ କମ୍ପାନି ଗୁଡ଼ିକରେ କାମ କରିବାରେ ଦୁର୍ଘଟଣା ଘଟି ମଧ୍ୟ ଦିବ୍ୟାଙ୍ଗ ପାଲଟିଥାନ୍ତି। ଏଭଳି ଘଟୁଥିଲେ ମଧ୍ୟ ଜିଲ୍ଲାରୁ ପ୍ରତିବର୍ଷ ଶହ ଶହ ଶ୍ରମିକ ଦାଦନ ଖଟିବାକୁ ବିଭିନ୍ନ ରାଜ୍ୟକୁ ଯାଇଥାନ୍ତି।ପ୍ରକାଶ ଥାଉକି ଜିଲ୍ଲାରେ ଏମଜିଏନଆରଜିଏ କାମ ମେସିନ ଦ୍ବାରା କରାଯାଉଥିବା ବେଳେ ଶ୍ରମିକମାନଙ୍କ ଖାତାରେ ଟଙ୍କା ଆସିଥାଏ। ଠିକାଦାରମାନେ ଶ୍ରମିକମାନଙ୍କୁ କିଛି ଟଂକା ଦେଇ ସବୁ ଟଙ୍କା ନେଇଯାନ୍ତି। ଜିଲ୍ଲାର ମାଥିଲି, ମାଲକାନଗିରି ବ୍ଲକରୁ ସର୍ବାଧିକ ଦାଦନ ପଡୋଶୀ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଉଥିବା ଦେକିବାକୁ ମିଳିଛି। ଦଲାଲମାନେ ବିଶେଷକରି ନାବାଳିକା ଏବଂ ନାବାଳକମାନଙ୍କୁ ଟାର୍ଗେଟ କରୁଥିବା ଲକ୍ଷ୍ୟ କରାଯାଇଛି। କମ୍ ଟଙ୍କାରେ ଏମାନେ ବେଶୀ କାମ କରୁଥିବାରୁ ଗାଁଗାଁରେ ବୁଲି ନାବାଳିକ ଏବଂ ନାବାଳିକାକୁ ଖୋଜିଥାନ୍ତି। ଦାଦନ ରୋକିବା ନେଇ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ବେଳେ ଶ୍ରମିକଙ୍କୁ କାମ ଯୋଗାଇବାରେ ଏକ ପ୍ରକାର ବିଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ