Tuesday, April 7, 2026
22.5 C
Odisha

    ସରୋଜ ସାବତ ଗଞ୍ଜାମ ଜିଲ୍ଲାର ନୂତନ ବିଜେପି ସଭାପତି ନିର୍ବାଚିତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବରିଷ୍ଠ ନେତା ସରୋଜ ସାବତ ଗଞ୍ଜାମ ଜିଲ୍ଲାର ନୂତନ ବିଜେପି ସଭାପତି ଭାବେ ମନୋନୀତ ହୋଇଛନ୍ତି। ଆଜି ବ୍ରହ୍ମପୁରରେ ପର୍ଯ୍ୟବେକ୍ଷକ ଓ ରାଜ୍ୟରୁ ଆସିଥିବା ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଶ୍ରୀ ସାବତଙ୍କ ନାଁ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବ୍ରହ୍ମପୁର ଲୋକସଭା ସଦସ୍ୟ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, ସରୋଜ ସାବତଙ୍କ ନେତୃତ୍ବରେ ବିଜେପି ଗଞ୍ଜାମରେ ଦୁର୍ଗ ହୋଇ ଛିଡ଼ା ହେବ। ଉଲ୍ଲେଖଯୋଗ୍ୟ, ଦୁଇଟି ପର୍ଯ୍ୟାୟରେ ଘୋଷଣା ହୋଇପାରେ ରାଜ୍ୟ ବିଜେପି ଜିଲ୍ଲା ସଭାପତିଙ୍କ ନାମ। ଆଜି ପ୍ରଥମ ଦିନରେ ଘୋଷଣା ହେବ ୨୩ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ। ପ୍ରଥମ ପର୍ଯ୍ୟାୟରେ ୨୩ଟି ସାଂଗଠାନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବା ପରେ ବାକି ୧୪ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ଜଣାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ