Saturday, October 3, 2026
28.9 C
Odisha

    ନକଲି ଆରଟିଓ ଗିରଫ

    ଆଗକୁ ପଢନ୍ତୁ

    ବସ୍ତା  : ବାଲେଶ୍ବର ଜିଲ୍ଲା ଅଧୀନ ୧୬ ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଜଣେ ନକଲି ଆରଟିଓକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ଝାଡ଼ଖଣ୍ଡର ବାରଶୋଲ ଥାନା ଅଞ୍ଚଳର ଶମ୍ଭୁ ସାହୁ। ସୂଚନା ମୁତାବକ ୧୬ ନଂ ଜାତୀୟ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ବେଆଇନ ଚାନ୍ଦା ଆଦାୟର ଖବର ପାଇ ଜଳେଶ୍ୱର ପୁଲିସ ଚଢ଼ଉ କରିଥିଲା। ଏହି ସମୟରେ ନକଲି ଆରଟିଓ ଗିରଫ ହୋଇଥିବାବେଳେ ଘଟଣାସ୍ଥଳରୁ ସହଯୋଗୀ ଫେରାର ମାରିଥିଲା। ପୁଲିସ ଗିରଫ ଅଭିଯୁକ୍ତ ଠାରୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟ ପରିବହନ ବିଭାଗର ନକଲି ଫାଇନ ରସିଦ, ଷ୍ଟାମ୍ପ ପେପର ପ୍ରିଣ୍ଟର, କମ୍ପ୍ୟୁଟର ସହ ବାଇକ ଜବତ କରିଛି। ଜଳେଶ୍ୱର ପୁଲିସ ୫୮୫/୨୬ ନଂରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହି ଗ୍ୟାଙ୍ଗ୍ ପଛରେ ଆଉ କାହାର ହାତ ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ