Sunday, April 26, 2026
28.7 C
Odisha

    ସାଙ୍ଗମାନଙ୍କ ଟାହିଟାପରା ସହି ନପାରିବାରୁ ମାଆ ସାନିଆଙ୍କ ସହ ଭାରତ ଫେରିଲେ ସୋଏବଙ୍କ ପୁଅ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ସୋଏବ ମଲିକ ଏବଂ ପୂର୍ବତନ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ସୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହା ମଲିକଙ୍କର ତୃତୀୟ ବିବାହ।ଦୀର୍ଘ ସମୟ ଧରି ସୋଏବ ଏବଂ ସାନିଆ ମଧ୍ୟରେ ବିବାଦ ରହିଥିଲା। ସେମାନଙ୍କ ଛାଡ଼ପତ୍ର ଚର୍ଚ୍ଚା ବି ହେଉଥିଲା। ଦୀର୍ଘ ସମୟ ଧରି ସେମାନଙ୍କ ଅଲଗା ହେବାର ଖବର ଆସିଥିବା ବେଳେ ଶେଷରେ ସୋଏବ ଅନ୍ୟ ଜଣଙ୍କୁ ନିଜ ଜୀବନସାଥୀ ଭାବେ ବାଛି ସାରିଛନ୍ତି।

    ଆପଣ ଜାଣନ୍ତି ଯେ ସୋଏବ ମଲିକ ଏବଂ ସାନିଆ ମିର୍ଜାଙ୍କର ଏକ ଛୋଟ ସନ୍ତାନ ଅଛି, ଯାହାର ନାମ ଇଜାନ। ସେ ୨୦୧୮ ମସିହାରେ ଜନ୍ମଗ୍ରହଣ କରିଥିଲେ। ଜାଣିବାକୁ ମିଳିଛି ‌ଯେ ପିତାମାତାଙ୍କ ଅଲଗା ହେତୁ ଇଜାନ ବହୁତ ସମସ୍ୟାର ସାମ୍ନା କରିଛନ୍ତି। ଏକ  ପାକିସ୍ତାନୀ ଚ୍ୟାନେଲର ରିପୋର୍ଟ ମୁତ‌ାବକ, ସୋଏବଙ୍କ ତୃତୀୟ ବିବାହ ପରେ ଇଜାନ ୩  ଦିନ ପର୍ଯ୍ୟନ୍ତ ସ୍କୁଲ୍‌ ଯାଇନଥିଲେ। କାରଣ ତାଙ୍କୁ ତାଙ୍କ ସାଙ୍ଗସାଥୀ ଚିଡ଼ାଚିଡ଼ି କରୁଥିଲେ। କେବଳ ଏତିକି ନୁହେଁ, ଇଜାନ ବାପାମାଆଙ୍କ ଅଲଗା ହେବାକୁ ସହ୍ୟ ନକରିବାରୁ ସାନିଆ ତାଙ୍କୁ ଭାରତ ନେଇ ଆସିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    59 %
    2.9kmh
    10 %
    Sun
    30 °
    Mon
    43 °
    Tue
    44 °
    Wed
    44 °
    Thu
    42 °

    ସମ୍ବନ୍ଧିତ