Sunday, September 27, 2026
22.3 C
Odisha

    ନିଜ ସୁନ୍ଦର ସଂପର୍କର ରାଜ୍‌ କହିଲେ କରୀନା: ସ୍ବାମୀ ସୈଫ୍‌ଙ୍କ ବିଷୟରେ ଏହି କଥା କହିଲେ ବେବୋ

    ଆଗକୁ ପଢନ୍ତୁ

    ମୁମ୍ବାଇ: କରୀନା କପୁର ଜଣେ ଅଭିନେତ୍ରୀ ଯିଏକି ବଲିଉଡରେ ଡେବ୍ୟୁ କରିବା ଦିନଠାରୁ ହିଁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। କେବେ ଚର୍ଚ୍ଚାର କାରଣ ତାଙ୍କ ସିନେମା ତ ପୁଣି କେବେ ବ୍ୟକ୍ତିଗତ ଜୀବନ ପଲଟିଥାଏ। ସୈଫ୍‌  ଅଲି ଖାନଙ୍କ ସହ ବିବାହ ପରେ ଆହୁରି ବି ଚର୍ଚ୍ଚା ପାଲଟିଗଲେ କରୀନା। ଯାହାକୁ ଅନେକ ଲୋକ ବିରୋଧ କରୁଥିଲେ। କିନ୍ତୁ କରୀନା କେବଳ ତାଙ୍କ ହୃଦୟକୁ ଶୁଣିଲେ ଏବଂ ଆଜି ତାଙ୍କର ବିବାହିତ ଜୀବନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାଏ।   କିଛି ଦିନ ପୂର୍ବରୁ, ଏକ ସାକ୍ଷାତକାର ସମୟରେ ସେ ସୈଫ୍‌ ଅଲ୍ଳୀ ଖାନଙ୍କ ବିଷୟରେ କିଛି କହିଥିଲେ, ଯାହା ବୋଧହୁଏ ଦୁନିଆର ପ୍ରତ୍ୟେକ ସ୍ବାମୀ ଶୁଣିବାକୁ ପସନ୍ଦ କରିବେ।

    କରୀନା-ସୈଫ୍‌ଙ୍କ ବିବାହକୁ ଏକ ଦଶନ୍ଧିରୁ ଅଧିକ ସମୟ ହୋଇଗଲାଣି। ଏତେ ବର୍ଷ ପରେ ମଧ୍ୟ ସେମାନଙ୍କ ସମ୍ପର୍କ ଅକ୍ଷୁର୍ଣ୍ଣ ରହିଛି। ଏହା ପଛର କାରଣ ଦର୍ଶକଙ୍କ ସହ ଏବେ ବେବୋ ବାଣ୍ଟିଛନ୍ତି। କରୀନାଙ୍କ କହିବାନୁସାରେ ସେ ଦୁହେଁ ଦୁହିଁଙ୍କୁ ଯଥେଷ୍ଟ ସମୟ ଦେଇଥାନ୍ତି। ଯେଉଁ କାରଣରୁ ସେମାନେ ପରସ୍ପରଙ୍କ ବିନା ଅସଂପୂର୍ଣ୍ଣ ମନେ କରନ୍ତି। ‌ତାହା ହିଁ ସେମାନଙ୍କ ସୁଖୀ ବୈବାହିକ ଜୀବନର କାରଣ। ତାଙ୍କ କହିବାନୁସାରେ ଉଭୟେ ପରସ୍ପର ସହ ସମୟ ବିତାଇବାକୁ ଭଲ ପାଆନ୍ତି। କରୀନା ବିଶ୍ୱାସ କରନ୍ତି ଯେ କୌଣସି ସଂପର୍କକୁ ତିଷ୍ଟିବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ବା ସୂତ୍ରର ଆବଶ୍ୟକତା ନଥାଏ। ସଂପର୍କ କେବଳ ଭଲପାଇବାରେ ହିଁ ବଞ୍ଚିରହେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.3 ° C
    22.3 °
    22.3 °
    94 %
    1.1kmh
    12 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ