Sunday, October 4, 2026
29.6 C
Odisha

    ଏସିଆନ ଗେମ୍ସରେ ମୋଟ ୮୫ଟି ପଦକ ସହ ନିଜ ଅଭିଯାନ ଶେଷ କଲା ଭାରତ

    ଆଗକୁ ପଢନ୍ତୁ

    ୨୦୨୬ ଏସିଆନ ଗେମ୍ସରେ ମୋଟ ୮୫ଟି ପଦକ ସହ ନିଜ ଅଭିଯାନ ଶେଷ କରିଛି ଭାରତ । ଜାପାନ ଆଇଚି-ନାଗୋୟା ଠାରେ ଅନୁଷ୍ଠିତ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ମୋଟ ୮୫ ପଦକ ସହ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସେମଧ୍ୟରେ ୨୧ଟି ସ୍ବର୍ଣ୍ଣ ପଦକ ଥିବା ବେଳେ, ୨୭ରୁ ରୌପ୍ୟ ଓ ୩୭ଟି କାଂସ୍ୟ ପଦକ ରହିଛି । ତେବେ ଉଭୟ ପୁରୁଷ ଓ ମହିଳା ହକିରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି । ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି ।

    ଅନ୍ୟପଟେ ଭାରତୀୟ ମହିଳା ହକି ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତି ଦୀର୍ଘ ୪୪ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛି। ସେପଟେ ଭାରତୀୟ କ୍ରିକେଟ ଦଳ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୯ ରନରେ ହରାଇ ଏସିଆନ ଗେମ୍ସର କ୍ରିକେଟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିପରି ମହିଳା କ୍ରିକେଟ ଦଳ ମଧ୍ୟ ଶ୍ରଲଙ୍କାକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛି । କୁସ୍ତିରେ ଅମନ ସେରାୱତ ପୁରୁଷ ୫୭ କିଲୋଗ୍ରାମ ଫ୍ରି-ଷ୍ଟାଇଲ୍ କୁସ୍ତିରେ ବିଶ୍ୱ ଚାମ୍ପିୟନ ଉତ୍ତର କୋରିଆର ହାନ ଚୋଙ୍ଗ ସୋଙ୍ଗଙ୍କୁ ୧୧-୭ ରେ ହରାଇ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

    ଅନ୍ତିମ ପଙ୍ଘାଲ ମହିଳା ୫୩ କିଲୋଗ୍ରାମ ବର୍ଗରେ ଚମତ୍କାର ଲଢେଇ କରି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ଦୀପକ ପୁନିଆ ପୁରୁଷ ୯୭ କିଲୋଗ୍ରାମ ବିଭାଗରେ ମଙ୍ଗୋଲିଆର ଖେଳାଳିଙ୍କୁ ହରାଇ କାଂସ୍ୟ ପଦକ ଜିତିଛନ୍ତି । ତୀରନ୍ଦାଜୀରେ ମହିଳା ରିକର୍ଭ ଟିମ୍ ଇଭେଣ୍ଟରେ ଅଙ୍କିତା ଭକତ, କୀର୍ତ୍ତି ଶର୍ମା ଓ କୁମକୁମ ମୋହୋଦ ଦକ୍ଷିଣ କୋରିଆକୁ ୫-୩ ରେ ହରାଇ ଭାରତ ଇତିହାସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଲିକାରେ ଚୀନ ୩୪୧ ପଦକ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଆୟୋଜକ ଜାପାନ ୨୬୯ ପଦକ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । ଏହା ପୂର୍ବରୁ ହାଙ୍ଗଜୋଉ ଏସିଆନ ଗେମସରେ ଭାରତ ୧୦୬ଟି ପଦକ ଜିତିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ