Tuesday, December 23, 2025
26.7 C
Odisha

    ସାଙ୍ଗର ଠେଙ୍ଗା ମାଡ଼ରେ ସାଙ୍ଗର ମୃତ୍ୟୁ

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ସକାଳୁ ସକାଳୁ ହତ୍ୟାକାଣ୍ଡ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ସାମ୍ନାକୁ ଆସିଛି ଏହି ହତ୍ୟାକାଣ୍ଡ ମାମଲା ।

    ଖବର ଅନୁସାରେ, ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ । ତେବେ ଟଙ୍କା ନେଣଦେଣକୁ ନେଇ ବଚସା ପରେ ସାଙ୍ଗକୁ ହତ୍ୟା ପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଖପ୍ରାଖୋଲ ଥାନା ପୁଟୁଳାମହୁଲ ଗାଁରେ ହତ୍ୟାକାଣ୍ଡ ହୋଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ରହିଛି । ତେବେ ଯୁବକ ଜଣକର ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସର ତଦନ୍ତ ଆରମ୍ଭ କରିଛି । ଗାଁରେ ଏହି ହତ୍ୟାକାଣ୍ଡକୁ ନେଇ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    26 %
    2.8kmh
    5 %
    Tue
    24 °
    Wed
    27 °
    Thu
    27 °
    Fri
    27 °
    Sat
    28 °

    ସମ୍ବନ୍ଧିତ