Saturday, July 27, 2024
24.5 C
Odisha

    ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେଇଥିବା ସୋଆ ଏନ୍‌ସିସି ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରତିଷ୍ଠାତା ସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗତ ଜାନୁଆରୀ ୨୬ରେ ନୂଆଦିଲ୍ଲୀ ଠାରେ ଜାତୀୟ ସାଧାରଣନ୍ତ୍ର ଦିବସ ପରେଡ୍‌ରେ ପ୍ରତିନିଧିତ୍ୱ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ସିସିର ୩ ଜଣ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇଛନ୍ତି । ଚଳିତ ଥର ପରେଡରେ ଭାଗ ନେଇଥିବା ୩ ଜଣ ଛାତ୍ର ହେଲେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର କମ୍ପ୍ୟୁଟର ସାଇନ୍ସ ଦ୍ୱିତୀୟ ବର୍ଷର ଛାତ୍ର ଅବିନାଶ ନନ୍ଦ ଓ ଦେବୀପ୍ରସାଦ ଦାସ ତଥା କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲଜି ବିଭାଗର ଛାତ୍ର ଅଭିଷେକ ଭଞ୍ଜ । ଏହି ଛାତ୍ରମାନେ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ପ୍ରଫେସର (ଡ) ନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ଉଜ୍ୱଳ ଭବିଷ୍ୟତ ସହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ ସମୃଦ୍ଧ କରିବା ନିମନ୍ତେ ଛାତ୍ରଛାତ୍ରୀମାନେ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ୩ ଜଣ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
    ଏନ୍‌ସିସି ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ୍ ସତ୍ୟବ୍ରତ ସ୍ୱାଇଁ ଓ ସୋଆ ଏନ୍‌ସିସିର ପ୍ରଫେସର ଇନ୍‌ଚାର୍ଜ ଡ. ସତୀଶ କୁମାର ସାମଲ ଏହି ଅବସରରେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ