Monday, January 19, 2026
14.6 C
Odisha

    ସାବଧାନ; ଟ୍ରାଫିକ୍‌ ଛକରେ ମୋବାଇଲ ବ୍ୟବହାର କଲେ ଗଣିବେ ଜରିମାନା

    ଆଗକୁ ପଢନ୍ତୁ

    ଏଣିକି ଟ୍ରାଫିକ ଛକରେ ମୋବାଇଲ ଫୋନ୍‌‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଟ୍ରାଫିକ୍‌‌ ଛକରେ ସିଗ୍‌‌ନାଲ ନାଲି ହେଲେ ଚାଳକ ଅଟକିଯାଆନ୍ତି। ପରେ ସମୟ କାଟିବା ପାଇଁ ମୋବାଇଲ୍‌‌ ଫୋନ୍‌‌କୁ ପକେଟ୍‌‌ରୁ କାଢ଼ି ବ୍ୟବହାର କରନ୍ତି। କିଏ ଫେସ୍‌‌ବୁକ୍‌‌ ଖୋଲେ, ପୁଣି କିଏ ୟୁ-ଟ୍ୟୁବ କିମ୍ବା ଇନ୍‌‌ଷ୍ଟାଗ୍ରାମ୍‌‌ରୁ ଭିଡିଓ ଖୋଜି ଦେବେ। ହେଲେ ଏଣିକି ଟ୍ରାଫିକ ଛକରେ ଛିଡ଼ା ହୋଇ ମୋବାଇଲ ଫୋନ୍‌‌ରେ ଟାଇମ୍‌‌ପାସ୍‌‌ କରିପାରିବ ନାହିଁ। ଟ୍ରାଫିକ ସିଗ୍‌‌ନାଲ ଡ୍ରାଇଭିଂର ଏକ ଅଂଶ ହୋଇଥିବା ଯୋଗୁଁ ଏହି ନିୟମ କରାଯାଇଛି। ରାଜଧାନୀରେ ମୋବାଇଲ୍‌‌ ଫୋନ୍‌‌ରେ କଥା ହେବା କ୍ଷେତ୍ରରେ ଧରପଗଡ଼କୁ ବ୍ୟାପକ କରାଯାଇଛି। ମୋବାଇଲ୍‌‌ ଫୋନ୍‌‌ରେ କଥା ହେବା ସମୟରେ ଧରାପଡ଼ିଲେ, ଗାଡି ଜବତ କରାଯାଉଛି। ଏହି ଉଲ୍ଳଂଘନ ଲାଗି ଚାଳକଙ୍କ ଠାରୁ ଜରିମାନା ଆଦାୟ କରା ନ ଯାଇ ଗାଡ଼ିଗୁଡ଼ିକୁ ଜବତ କରାଯାଉଛି। ପରେ କୋର୍ଟକୁ ପିଆର୍‌‌ ପଠାଇ ଦିଆଯାଉଛି। କୋର୍ଟରେ ଜରିମାନା ରାଶି ପଇଠ କରିବା ପରେ ଗାଡ଼ି ମୁକୁଳୁଛି। ତେବେ ଟ୍ରାଫିକ୍‌‌ ଛକଗୁଡ଼ିକରେ ଗାଡ଼ି ରଖି ମୋବାଇଲ୍‌‌ ଫୋନ୍‌‌ ଟିପୁଥିବା ଚାଳକଙ୍କ ପ୍ରତି କଠୋର ହୋଇଛି ପୁଲିସ। ଏହି ନିୟମ ଉଲ୍ଳଂଘନ କରୁଥିବା ୭୮୮ ଚାଳକଙ୍କ ଠାରୁ ଜରିମାନା ଆଦାୟ ହୋଇଛି। ଗାଡ଼ି ଚଳାଇବା ବେଳେ ମୋବାଇଲ୍‌‌ ଫୋନ୍‌‌ର ବ୍ୟବହାର, କାନରେ ଇଅର୍‌‌ଫୋନ୍‌‌ ଦେଇ ଗୀତ ଶୁଣିବା ବା କଥା ହେବା, ବ୍ଲୁ-ଟୁଥ୍‌‌ ଡିଭାଇସ୍‌‌ କାନରେ ଦେବା, ଫଟୋ ଉଠାଇବା, ଭିଡିଓ ଶୁଟ୍‌‌ କରିବାକୁ ବାରଣ କରାଯାଇଛି। ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌‌ର ବ୍ୟବହାର ଯୋଗୁଁ ଦୁର୍ଘଟଣା ବଢ଼଼ିଯାଇଛି। ଏହାକୁ ରୋକିବାକୁ କମିସନରେଟ ପୁଲିସ ପକ୍ଷରୁ ବିବିଧ କାର୍ଯ୍ୟପନ୍ଥା ନିଆଯାଉଛି। ଏହି ନିୟମକୁ ଅବମାନନା କଲେ ଓଡ଼ିଶା ମୋଟରଯାନ ଆଇନ୍‌‌ ଅନୁଯାୟୀ ୫ହଜାର ଟଙ୍କା ଜରିମାନା ଏବଂ ସହରାଞ୍ଚଳ ପୁଲିସ ଆଇନ୍‌‌ ଅନୁସାରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    50 %
    1.6kmh
    0 %
    Mon
    31 °
    Tue
    31 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ