Thursday, September 10, 2026
26.1 C
Odisha

    ସୁଭଦ୍ରା’ରୁ ବଞ୍ଚିତ କୋଟିଆ ମହିଳା: ଦ୍ବୈତ ପରିଚୟପତ୍ର ଅଡ଼ୁଆ

    ଆଗକୁ ପଢନ୍ତୁ

    କୋରାପୁଟ: ଦୁଇ ରାଜ୍ୟର ସୀମା ବିବାଦ ଯୋଗୁ ଫାଇଦା ପାଉଥିଲେ କୋଟିଆବାସୀ। ଏଥିପାଇଁ ଅଧିକାଂଶ ପରିବାର ନିକଟରେ ରହିଥିଲା ଦୁଇଟି ଲେଖାଏଁ ପରିଚୟପତ୍ର। ଦୁଇ ରାଜ୍ୟ ପାଇଁ ଭୋଟ୍‌ ଦେଉଥିଲେ ସୁଦ୍ଧା ପ୍ରଶାସନ ନିରବ ରହିବାକୁ ବାଧ୍ୟ ହେଉଥିଲା। କିନ୍ତୁ ଦ୍ବୈତ ପରିଚୟପତ୍ର ଏବେ କୋଟିଆ ପଞ୍ଚାୟତର ମହିଳାଙ୍କ ପାଇଁ ବଡ଼ ଅଡ଼ୁଆ ସୃଷ୍ଟି କରିଛି। ସୁଭଦ୍ରା ଟଙ୍କାରୁ ବଞ୍ଚିତ ହୋଇଛନ୍ତି।

    କୋରାପୁଟ ଜିଲ୍ଲାର ୨ଲକ୍ଷ ୪୫ହଜାର ୬୦୮ଜଣ ମହିଳାଙ୍କ ସୁଭଦ୍ରା ଯୋଜନା ଆବେଦନ ଅନୁମୋଦିତ ହୋଇଛି। ସେଥିରୁ ୨ଲକ୍ଷ ୪୫ହଜାର ୬୦ଜଣ ମହିଳା ପ୍ରଥମ କିସ୍ତି ପାଇସାରିଲେଣି। ତେବେ କୋଟିଆ ପଞ୍ଚାୟତର ଅଧିକାଂଶ ମହିଳାଙ୍କ ସୁଭଦ୍ରା ଆବେଦନ ନାକଚ ହୋଇଥିବା ସୂଚନା ମିଳିଛି। କାରଣ ହେଲା, ଆବେଦନ କରିଥିବା ମହିଳାଙ୍କ ନିକଟରେ ରହିଛି ଦୁଇଟି ରାଜ୍ୟର ଆଧାର କାର୍ଡ। ଯାହା ଯୋଜନାର ପଞ୍ଜୀକରଣରେ ସମସ୍ୟା ସୃଷ୍ଟି କରିଛି। ପ୍ରାୟ ୭୦ପ୍ରତିଶତ ମହିଳାଙ୍କ ଆବେଦନକୁ ନାକଚ କରାଯାଇଛି। ମାଡ଼କାର ଗାଁର ୮୦ଜଣ ହିତାଧିକାରୀ ଆବେଦନ କରିଥିବା ବେଳେ ୧୭ଜଣ ଯୋଜନାରେ ସାମିଲ ହୋଇଛନ୍ତି। ଫଗୁଣସିନେରି ଗାଁର ୮୨ଜଣ ମହିଳାଙ୍କ ମଧ୍ୟରୁ ୧୫ଜଣ ଟଙ୍କା ପାଇଛନ୍ତି। ଅନ୍ୟ ସମସ୍ତ ମହିଳାଙ୍କ ଆଧାରକାର୍ଡ ଆନ୍ଧ୍ର ଅଞ୍ଚଳର ଦେଖାଉଥିବାରୁ ନାକଚ ହୋଇଥିବା ସ୍ଥାନୀୟ ଅଙ୍ଗନବାଡି କର୍ମୀ କହିଛନ୍ତି।

    ପ୍ରଶାସନ ନିକଟରେ ଏହି ଖବର ପହଞ୍ଚିବା ପରେ ଚାପରେ ରହିଛି। ବିରୋଧୀ ହଙ୍ଗାମା କରିବା ପୂର୍ବରୁ ସମାଧାନ ଲାଗି ପଦକ୍ଷେପ ନେଇଛି। ଏ ନେଇ ଜିଲ୍ଲା ପରିଷଦ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବରଙ୍କୁ ଯୋଗାଯୋଗ କରିବାରୁ କୋଟିଆ ପଞ୍ଚାୟତର ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହିତାଧିକାରୀଙ୍କ ଆଧାରକାର୍ଡ ଅପଡେଟ୍‌ କରାଯିବ ଏବଂ ଅନ୍ୟ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    89 %
    1.4kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ