Saturday, July 27, 2024
24.6 C
Odisha

    ସୋଆରେ ଡିବିଟିର ଦୁଇ ଦିନିଆ ସମୀକ୍ଷା ବୈଠକ

    ଆଗକୁ ପଢନ୍ତୁ

    ଭାରତ ସରକାରଙ୍କ ଡିପାର୍ଟମେଂଟ ଅଫ୍ ବାୟୋଟେକନୋଲୋଜି (ଡିବିଟି) ଅଧିନସ୍ଥ ରିସର୍ଚ୍ଚ ରିସୋର୍ସ ସର୍ଭିସ ଫେସିଲିଟି ଆଣ୍ଡ ପ୍ଳାଟଫର୍ମସ (ଆରଆରଏସଏଫପି)ର ଟାସ୍କଫୋର୍ସ ସଭ୍ୟମାନଙ୍କ ଦୁଇଦିନିଆ ସମୀକ୍ଷା ବୈଠକ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଠାରେ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଏହି ବୈଠକରେ ଡିବିଟି – ଆରଆରଏସଏଫପି ଅଧିନସ୍ଥ ବିଭିନ୍ନ ପରିକଳ୍ପନା ଗୁଡିକର ସମୀକ୍ଷା କରାଯାଇଥିଲା । ଏଥିରେ ଦେଶର୨୪ଟିରୁ ଅଧିକ ପ୍ରତିଷ୍ଠାନ ସେମାନଙ୍କ ଦ୍ୱାରା କରାଯାଉଥିବା ଗବେଷଣା କାର୍ଯ୍ୟର ରିପୋର୍ଟ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ କାର୍ଯ୍ୟଗୁଡିକର ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଥିଲା । ଗବେଷଣା ପ୍ରତି ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟ ମଧ୍ୟ ଆଲୋଚିତ ହୋଇଥିଲା । ସୋଆ ବିଶ୍ୱବିଦ୍ୟାଳୟରେ ହେଉଥିବା ଗବେଷଣା ବିଷୟରେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଯୋଗଦେଇଥିବା ସଭ୍ୟମାନଙ୍କ ମଧ୍ୟରେ ଟାକ୍ସଫୋର୍ସ ଅଧ୍ୟକ୍ଷ ପ୍ରଫେସର ଏମ.ରାଧାକୃଷ୍ଣ ପିଲାଇ (କେରଳସ୍ଥିତ ରାଜୀବ ଗାନ୍ଧୀ ସେଂଟର ଫର ବାୟୋଟେକ୍‌ନୋଲୋଜି ର ପୂର୍ବତନ ନିର୍ଦ୍ଦେଶକ), ଉପାଧ୍ୟକ୍ଷ ପ୍ରଫେସର ଏଲ.ଏସ୍‌.ଶଶୀଧର (ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ସେଂଟର ଫର ବାୟୋଲୋଜିକାଲ ସାଇନସେସର ନିର୍ଦ୍ଦେଶକ) , ପ୍ରଫେସର ସୁନୀତ କୁମାର ସିଂହ(ଦିଲ୍ଲୀ ସ୍ଥିତ ଡ. ବି.ଆର.ଅମ୍ବେଦକର ସେଂଟର ଫର ବାୟୋକେମିକାଲ ରିସର୍ଚ୍ଚର ନିର୍ଦ୍ଦେଶକ), ପ୍ରଫେସର ରମେଶ ଶର୍ମା ( ଶିଲଂ ସ୍ଥିତ ନର୍ଥ ଇଷ୍ଟ ହିଲ ୟୁନିଭର୍ସିଟିର ଅବସର ପ୍ରାପ୍ତ ପ୍ରଫେସର), ଡ. ସୁବୀର ମଜୁମଦାର ( ଗାନ୍ଧୀନଗର ସ୍ଥିତ ଗୁଜୁରାଟ ବାୟୋଟେକ୍‌ନୋଲୋଜି ୟୁନିଭର୍ସିଟିର ଡାଇରେକ୍ଟର ଜେନେରାଲ), ପ୍ରଫେସର ଅଶ୍ୱନୀ ପାରିକ (ମୋହାଲି ସ୍ଥିତ ନ୍ୟାସ୍‌ନାଲ୍ ଏଗ୍ରି -ଫୁଡ ବାୟୋଟେକନୋଲୋଜି ଇନଷ୍ଟିଚ୍ୟୁଟର ଏଗଜିକ୍ୟୁଟିଭ୍ ଡାଇରେକ୍ଟର), ଡ. ମୁକେଶ ଜୈନ, (ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ୟୁନିଭର୍ସିଟିର ପ୍ରଫେସର ), ପ୍ରଫେସର ପି.ଏନ.ରଙ୍ଗରାଜନ (ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସର ପ୍ରଫେସର) , ପ୍ରଫେସର ଏସ.ଏମ.ଶ୍ରୀନିଭାସୁଲା ( ତିରୁପତି ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ ଏଜୁକେସନ ଆଣ୍ଡ ରିସର୍ଚ୍ଚର ପ୍ରଫେସର) , ଡ.ଏମ.କେ.ଭଟ୍ଟ (ପୁନେସ୍ଥିତ ନ୍ୟାସନାଲ ସେଂଟର ଫର ସେଲ ସାଇନସର ନିର୍ଦ୍ଦେଶକ ) ଓ ପ୍ରଫେସର ଦେବାଶିଷ ମିତ୍ର (ପୁନେସ୍ଥିତ ନ୍ୟାସନାଲ୍ ସେଂଟର ଫର ସେଲ ସାଇନସର ପ୍ରଫେସର) ଥିଲେ । ଡିବିଟିର ବୈଜ୍ଞାନିକ ଡ. ସଞ୍ଜୟ ମିଶ୍ର ଓ ଡ. ଗାରିମା ଗୁପ୍ତା ତଥା ଜୁନିୟର ଟେକ୍‌ନିକାଲ୍ ଆସିଷ୍ଟାଂଟ ଶ୍ରୀ ପ୍ରତ୍ୟୁଷ ସିହ୍ନା ସଂଯୋଜକ ଭାବେ କାର୍ଯ୍ୟ କରିଥିବା ବେଳେ ସୋଆ ପକ୍ଷରୁ ସ୍କୁଲ୍ ଅଫ୍ ଫାର୍ମାସୁଟିକାଲ୍ ସାଇନସେସର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି , ପ୍ରଫେସର ଗୌତମ ରଥ, ପ୍ରଫେସର ଦୁର୍ଗାମାଧବ କର ଓ ପ୍ରଫେସର ବି. ବି.ସୁବୁଦ୍ଧି ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ